ଅଫଜଲର ସଂସଦ ସଦସ୍ୟତା ରଦ୍ଦ ହେଲା

ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟର ଆକ୍ଟରେ୪ବର୍ଷ ଜେଲଦଣ୍ଡରେ ଦଣ୍ଡିତ ହେବା ପରେ ବହୁଜନ ସମାଜ ପାର୍ଟିର ଗାଜିପୁର ସାଂସଦ ଅଫଜଲ ଅନସାରୀର ସଦସ୍ୟତା ରଦ୍ଦ ହୋଇଛି। ଲୋକସଭା ସଚିବାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି।

ଖବର ଅନୁଯାୟୀ ଗ୍ୟାଙ୍ଗଷ୍ଟରରୁ ରାଜନେତା‌ ବନିଥିବା ମୁଖତାର ଅନ୍‌ସାରୀକୁ ଅପହରଣ ଓ ହତ୍ୟା ମାମଲାରେ ଏପ୍ରିଲ ୨୯ରେ ଗାଜିପୁର ଏମ୍‌ପି-ଏମଏଲଏ କୋର୍ଟ ୧୦ ବର୍ଷ ଜେଲ୍‌ଦଣ୍ଡ ଦଣ୍ଡିତ କରିଥିଲେ। ଏହାର କିଛି ସମୟ ପରେ ମୁଖତାରର ବଡ଼ ଭାଇ ତଥା ବିଏସ୍‌ପି ସାଂସଦ ଅଫଜଲ ଅନସାରୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଜେଲ୍‌ଦଣ୍ଡ ସହିତ ୧ ଲକ୍ଷ ଜରିମାନା ରାୟ ଶୁଣାଇଥିଲେ। ୨୦୦୭ ଗ୍ୟାଙ୍ଗଷ୍ଟର୍ସ ଆକ୍ଟ ଅଧୀନରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ସୂଚନାଯୋଗ୍ୟ ୨୦୦୫ ନଭେମ୍ବର ୨୯ ତାରିଖରେ ଗାଜୀପୁରର ମହମ୍ମଦାବାଦର ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟଙ୍କୁ ହତ୍ୟା କରଯାଇଥିଲା। ମହମ୍ମଦାବାଦର ବସନିଆ ଚଟ୍ଟିରେ କୃଷ୍ଣାନନ୍ଦଙ୍କ ସମେତ ୭ଜଣଙ୍କ ଜୀବନ ଗୁଳିରେ ଯାଇଥିଲା। ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିଲା ଏକେ-୪୭। ୨୦୦୭ରେ ଏହି ଘଟଣାକୁ ନେଇ ଗ୍ୟାଙ୍ଗଷ୍ଟର ଅଧିନିୟମ ଅନୁଯାୟୀ ମୁଖତାର୍ ଅନସାରୀ, ତା’ ଭାଇ ଅଫଜଲ ଓ ଭିଣୋଇ ଏଜାଜୁଲ ହକ ବିରୋଧରେ ମାମଲା ରୁଜୁ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button