ଢେଙ୍କାନାଳରେ ସେକ୍ସ ରାକେଟ୍‌ : ଯୁବତୀ ଓ ଗ୍ରାହକ ଅଟକ

ଢେଙ୍କାନାଳ : ଢେଙ୍କାନାଳରେ ଠାବ ହୋଇଛି ସେକ୍ସ ରାକେଟ। ରାଣୀ ମହୁମାଛି ସମେତ ପଶ୍ଚିମବଙ୍ଗର ଦୁଇ ଯୁବତୀ ଓ ୪ ଜଣ ଯୁବକଙ୍କୁ ସଦର ଥାନା ପୋଲିସ ଅଟକ ରଖିଥିବା ଜଣାପଡିଛି।

ଖବର ଅନୁଯାୟୀ ଢେଙ୍କାନାଳ ସହର ଉପକଣ୍ଠ ଆନନ୍ଦନଗରସ୍ଥ ଏକ ଭଡା ଘରେ ସେକ୍ସ ରାକେଟ ଚାଲୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଆଜି ରାତି ପ୍ରାୟ ୯ଟା ସମୟରେ ପୋଲିସ ଚଢ଼ଉ କରି ସମ୍ପୃକ୍ତ ଯୁବକ ଓ ଯୁବତୀଙ୍କୁ ଧରିଛି। ପୋଲିସ କହିଛି ପଶ୍ଚିମବଙ୍ଗର ଜଣେ ମହିଳା ପରିବାର ସହିତ ଆନନ୍ଦନଗରରେ ଘରଭଡ଼ା ନେଇ ଦୁଇମାସ ହେବ ରହୁଥିଲେ। ଆଉ ପଶ୍ଚିମବଙ୍ଗରୁ ଯୁବତୀଙ୍କୁ ଆଣି କରୁଥିଲେ ଦେହ ବ୍ୟବସାୟ। ସେମାନଙ୍କ ପାଖରୁ କିଛି ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି।

Leave a Reply

Your email address will not be published. Required fields are marked *

Back to top button