ଉତ୍କଳ ବିଶ୍ୱବିଦ୍ୟାଳୟର ମାନ୍ୟତା ହ୍ରାସ : ସରକାରଙ୍କୁ ଦାୟୀ କଲେ ପୂର୍ବତନ କୁଳପତି

ଭୁବନେଶ୍ଵର : ଓଡିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ ୨୦୧୬ ମସିହାରେ ‘ଏ ପ୍ଲସ’ ମାନ୍ୟତା ମିଳିଥିଲା। କିନ୍ତୁ ଏବେ ଏହି ବିଶ୍ଵବିଦ୍ୟାଳୟ ଗ୍ରେଡ୍‌ ‘ଏ’କୁ ଖସିଛି। ଫଳରେ କେନ୍ଦ୍ରୀୟ ଅନୁଦାନ କମିବା ସହିତ ସର୍ବଭାରତୀୟ ସ୍ତରରେ ଏହାର ମାନ କମ୍‌ ବୋଲି ଧରାଯିବ। ଏହି ପ୍ରସଙ୍ଗ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିନାୟକ ରଥ କହିଛନ୍ତି ରାଜ୍ୟ ସରକାର ଓ ବ୍ୟୁରୋକ୍ରାଟ ଦାୟୀ।

ଶ୍ରୀ ରଥଙ୍କ ଅଭିଯୋଗ ଉତ୍କଳ ବିଶ୍ୱବିଦ୍ୟାଳୟରେ ବ୍ୟୁରୋକ୍ରାଟଙ୍କ ହସ୍ତକ୍ଷେପ ଓ ଏକାଡେମୀରେ ସେମାନଙ୍କ ନିଯୁକ୍ତ ପାଇଁ ପାଠପଢା ବାତାବରଣ ନଷ୍ଟ ହୋଇଛି। ଏବେ ଉତ୍କଳ ବିଶ୍ୱବିଦ୍ୟାଳୟର ମାନ୍ୟତା ତଳକୁ ଖସିଛି। ସମୟ ଆସିବ କୁଳପତି ପଦବୀରେ ପ୍ରଶାସକ ବସିବେ। ସେ କହିଲେ ନାକ୍‌ ମାନ୍ୟତା ପାଇବାକୁ ହେଲେ ଉନ୍ନତ ଭିତ୍ତିଭୂମି, ନୂଆ ଗବେଷଣା ଓ ନୂଆ ବହି କ’ଣ ତିଆରି ହୋଇଛି ନାକ୍ କମିଟିକୁ ଦେଖାଇବାକୁ ପଡ଼ିଥାଏ। ରିସର୍ଚ୍ଚ ଓ ପବ୍ଲିକେସନ ଛଡ଼ା ଛାତ୍ରଛାତ୍ରୀଙ୍କ ସାମାଜିକ ଯୋଗଦାନ, ପଦବୀ ପୂରଣ ଆଦିକୁ ଟିମ୍‌ ଦେଖେ। ୨୦୧୬ ପରଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ବିଧିବ୍ୟବସ୍ଥା ବଦଳାଇ ଦିଆଯାଇଥିବାରୁ ଗ୍ରେଡି ତଳକୁ ଖସିଛି।

Leave a Reply

Your email address will not be published. Required fields are marked *

Back to top button