ହତ୍ୟା ଓ ଚୋରି ମାମଲାରେ ୧୪ ଗିରଫ

ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ପୋଲିସ ଅରୁଣ ଅନକାଙ୍କ ହତ୍ୟା ଓ ଦୁଇଟି ଚୋରି ଘଟଣାରେ ୧୪ ଜଣଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଓ ବାଇକ ଏବଂ ଚୋରି ଯାଇଥିବା ଟଙ୍କା, ଅଳଙ୍କାର ଓ କ୍ୟାମେରା ଜବତ ହୋଇଛି।

ଜୟପୁର ଏସଡିପିଓ ଗଣମାଧ୍ୟମକୁ କହିଛନ୍ତି ହତ୍ୟାକାଣ୍ଡରେ ସମ୍ପୃକ୍ତ ଆହୁରି କିଛି ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କୁ ତୁରନ୍ତ କାବୁ କରାଯିବ। ହତ୍ୟା ମାମଲାରେ ୫ ଜଣ ଗିରଫ ହୋଇଥିବା ବେଳେ ଜୟନଗର ଓ ଖାଲ ସାହିର ଚୋରି ଘଟଣାରେ ୯ ଜଣ ଧରାପଡିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ରାଜସ୍ଥାନର ବ୍ୟକ୍ତି ଅଛନ୍ତି।

Leave a Reply

Your email address will not be published. Required fields are marked *

Back to top button