କନ୍ୟାକୁ ଛାଡି ଶାଳୀ ମଥାରେ ସିନ୍ଦୂର ପିନ୍ଧାଇଲା ବର

ପାଟନା : ବିବାହ ମଣ୍ଡପରେ ନିଷ୍ପତ୍ତି ବଦଳିଲା। ବଡ଼ ଭଉଣୀକୁ ବାହା ହେବାକୁ ଆସି ଶାଳୀ ମଥାରେ ଦେଲେ ସିନ୍ଦୂର। ବିହାରର ଛପ୍ରାଠାରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ଆଉ ଜୋରଦାର ହଙ୍ଗାମାକୁ ନେଇ ଚାଲିଛି ଚର୍ଚ୍ଚା।

ଖବର ଅନୁଯାୟୀ ଛପ୍ରାର ମାଞ୍ଝି ଥାନା ଅନ୍ତର୍ଗତ ଭବାଉଲି ଗାଁ’ରେ ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ଛପ୍ରା ସହରର ବିଣ୍ଟୋଲି ନିବାସୀ ଜଗମୋହନ ମହତୋଙ୍କ ପୁଅ ରାଜେଶ କୁମାର ବରଯାତ୍ରୀ ସହିତ ଭବାଉଲି ଗାଁରେ ପହଞ୍ଚିଥିଲେ। ବରପକ୍ଷଙ୍କୁ ପାଛୋଟି ନେଇଥିଲେ କନ୍ୟା ରିଙ୍କୁ କୁମାରୀଙ୍କ ପିତା। ନାଚଗୀତରେ ବରର ଦ୍ୱାରପୂଜା ନୀତି ସମ୍ପର୍ଣ୍ଣ ହେବାପରେ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା ବିବାହ କାର୍ଯ୍ୟକ୍ରମ। ହେଲେ ବର ପାଖକୁ ଆସିଥିଲା ଏକ ଫୋନ୍‌ କଲ୍‌। ବର ତୁରନ୍ତ ବାହାମଣ୍ଡପ ଛାଡି କନ୍ୟା ଘର ଛାତରେ ପହଞ୍ଚିଥିଲେ। ଏ ସମ୍ପର୍କରେ ପଚରାଯିବାରୁ ଜଣାପଡ଼ିଲା ଭିଣୋଇକୁ କଲ୍‌ କରି ଧମକ ଦେଇଥିଲା କନ୍ୟାର ଭଉଣୀ ପୁତୁଲ କୁମାରୀ।

ଶାଳୀ ପୁତୁଲ କୁମାରୀଙ୍କ ଧମକର କାରଣ ପ୍ରେମ ସମ୍ପର୍କ। ଯାହା ସମସ୍ତଙ୍କୁ କରିଥିଲା ଆଶ୍ଚର୍ଯ୍ୟ। ପ୍ରକୃତ କଥା ହେଲା ପୁତୁଲଙ୍କ ବଡ ଭଉଣୀ ରିଙ୍କୁଙ୍କ ସହିତ ରାଜେଶଙ୍କ ବିବାହ ୨୦୨୩ ମଇ ୨ ତାରିଖରେ ହେବାକୁ ସ୍ଥିର ହୋଇଥିଲା। ଛପ୍ରାର ଏକ କଲେଜରେ ଯୁକ୍ତଦୁଇ ପଢ଼ୁଥିବା ପୁତୁଲ ଓ ଭାବି ଭିଣୋଇ ରାଜେଶଙ୍କ ମଧ୍ୟରେ ଫୋନରେ ଆରମ୍ଭ ହୋଇଥିଲା କଥାବାର୍ତ୍ତା। ଅନେକ ଥର ଦେଖାସାକ୍ଷାତ ମଧ୍ୟ ହୋଇଥିଲା। ତା’ପରେ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ। ବିବାହ ଦିନ ପ୍ରେମିକ ରାଜେଶ ଆଉ କାହାର ହୋଇଯିବା ଚାହିଁନଥିଲେ ପୁତୁଲ। ସେଥିପାଇଁ ଆତ୍ମହତ୍ୟା କରିବାକୁ ଧମକ ଦେବାରୁ ରାଜେଶ ବିବାହମଣ୍ଡପ ଛାଡି ପୁତୁଲଙ୍କ ପାଖକୁ ଦୌଡିଥିଲେ। କିନ୍ତୁ ଚର୍ଚ୍ଚାହେଲ ରାଜେଶ ଆଉ ଜଣଙ୍କୁ ପ୍ରେମ କରନ୍ତି। ଏହାକୁ ନେଇ ବର ଓ କନ୍ୟା ପକ୍ଷଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା।ଶେଷରେ ବୁଝାମଣା ହେଲା। ଉଭୟ ପରିବାରର ସହମତିରେ ବଡ ଭଉଣୀ ପରିବର୍ତ୍ତେ ସାନ ଭଉଣୀ ପୁତୁଲକୁ ବାହା ହୋଇଥିଲେ ରାଜେଶ।

Leave a Reply

Your email address will not be published. Required fields are marked *

Back to top button