ପୁଅ-ବୋହୂଙ୍କୁ ଭୁଜାଲିରେ ହାଣିଲା ବାପା

ପଟ୍ଟାମୁଣ୍ଡାଇ : ମୁଗ ଭାଗବଣ୍ଟାକୁ ନେଇ ପୁଅ ଓ ବୋହୂଙ୍କୁ ଭୁଜାଲିରେ ଆକ୍ରମଣ। ଏବଳି ଘଟଣା ଆଳି ଥାନା ଅଞ୍ଚଳରେ ଘଟିଛି। ଉଭୟ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସାନଆଙ୍କୋ ଗାଁ’ରେ ମୁଗ ଭାଗବଣ୍ଟାକୁ କେନ୍ଦ୍ରକରି ବିବାଦ ସୃଷ୍ଟି ହୋଇଥିଲା। ପଞ୍ଚାନନ ବେହେରା ତାଙ୍କ ଜମିକୁ ମୁଗଚାଷ କରିବାକୁ ଗାଁ’ର ଜଣେ ଚାଷୀଙ୍କୁ ଭାଗ ଦେଇଥିଲେ। ଆଜି ଥିଲା ଭାଗବଣ୍ଟା। ପଞ୍ଚାନନ ପୁଅ ସହଦେବଙ୍କୁ ସାଙ୍ଗରେ ନେଇ ବିଲକୁ ଯାଇଥିଲେ। ଅମଳ ମୁଗରୁ ଅଧିକ ଭାଗ ନେବା ପାଇଁ ପଞ୍ଚାନନ ଜିଦ୍ ଧରିବାରୁ ଭାଗଚାଷୀଙ୍କ ସହିତ ତାଙ୍କର ବଚସା ହୋଇଥିଲା। ସହଦେବ ବାପାଙ୍କ କଥାରେ ସହମତ ନହୋଇ ଚାଲି ଆସିଥିଲେ।

ପୁଅ ଚାଲିଆସିବାରୁ ପଞ୍ଚାନନ ରାଗିଯାଇ ଘରକୁ ଫେରିଥିଲେ। ଉତ୍‌କ୍ଷିପ୍ତ ହୋଇ ବୋହୂଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ପତ୍ନୀଙ୍କ ଚିତ୍କାର ଶୁଣି ସହଦେବ ସେଠାରେ ପହଞ୍ଚିବାରୁ ତ’କୁ ମଧ୍ୟ ପଞ୍ଚାନନ ଆକ୍ରମଣ କରିଥିଲେ। ପତ୍ନୀ-ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ପଞ୍ଚାନନ ଏବେ ଥାନାରେ ଅଟକ।

Leave a Reply

Your email address will not be published. Required fields are marked *

Back to top button