Fri. Sep 20th, 2019

ଭଡ଼ା ଘରେ ସେକ୍ସ ରାକେଟ, ୫ ଗିରଫ

ଭୁବନେଶ୍ଵର : ଯାଜପୁର ଜିଲ୍ଲା ଜାରକା ଅଞ୍ଚଳରେ ଚାଲିଥିଲା ସେକ୍ସ ରାକେଟ୍ ର ପର୍ଦ୍ଦାଫାସ କରିଛି ପୋଲିସ। ଭଡ଼ା ଘରେ ଏହି ଦେହ ବ୍ୟବସାୟ ଚାଲିଥିବା ପୋଲିସ ସୂଚନା ପାଇ ଚଢ଼ଉ କରିଥିବା ବେଳେ ରାଣୀ ମହୁମାଛି ସହିତ ଜଣେ ଦେହଜୀବୀଙ୍କୁ ଧରିଛି। ୫ ଜଣ ହୋଇଛନ୍ତି ଗିରଫ। ସେମାନଙ୍କ ନିକଟରୁ ଗୋଟିଏ କାର, ୩ଟି ବାଇକ୍‌, ୭ଟି ମୋବାଇଲ ସହ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ଦୁଇ ଦଲାଲ ରବିନ୍ଦ୍ର ସାହୁ ଓ ବଳରାମ ସାହୁ ଏବଂ ୩ ଜଣ ଗ୍ରାହକ ସୌମ୍ୟଶ୍ରୀ ଜେନା, ମହେନ୍ଦ୍ର ମଲ୍ଲିକ ଓ ଲିପୁ ମଲିକଙ୍କୁ ପୋଲିସ ଧରିଥିବା ବେଳେ କେତେଦିନ ଧରି ଏଠାରେ ସେକ୍ସ ରାକେଟ ଚାଲିଥିଲା ତାହା ଜଣାପଡ଼ିନି।

Leave a Reply

Your email address will not be published. Required fields are marked *