Fri. Sep 20th, 2019

ପୂର୍ବତନ ସାଂସଦଙ୍କୁ ଚେତାବନୀ: ୭ ଦିନରେ ବଙ୍ଗଳା ଖାଲିନକଲେ ପାଣି ଓ ବିଦ୍ୟୁତ ସଂଯୋଗ କଟିବ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପୂର୍ବତନ ସାଂସଦମାନଙ୍କୁ ସରକାରୀ ବଙ୍ଗଳା ଛାଡ଼ିବାକୁ ୭ ଦିନ ସମୟ ଦେଇଛନ୍ତି। ଯେଉଁମାନେ ଏ ମଧ୍ୟରେ ବଙ୍ଗଳା ଖାଲି ନକରିବେ ବିଦ୍ୟୁତ ଓ ପାଣି ସଂଯୋଗକୁ କାଟି ଦିଆଯିବ। ଆଜି ସରକାରଙ୍କ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଚଳିତ ସଂସଦକୁ ନିର୍ବାଚିତ ବହୁ ସାଂସଦ ଏଯାଏ ସରକାରୀ ବଙ୍ଗଳା ପାଇ ନାହାନ୍ତି। ସେମାନେ ନିଜ ରାଜ୍ୟର ଅତିଥି ଭବନରେ ରହୁଛନ୍ତି। କିନ୍ତୁ ସଂସଦରୁ କାର୍ଯ୍ୟକାଳ ଶେଷ ହୋଇଥିବା ବହୁ ପୂର୍ବତନ ସାଂସଦ ସେମାନଙ୍କୁ ମିଳିଥିବା ବଙ୍ଗଳାକୁ ଖାଲି କରୁନାହାନ୍ତି। ବାରମ୍ବାର ନୋଟିସ୍‌ ଯାଉଥିଲେ ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ସେଥିପାଇଁ କେନ୍ଦ୍ର ସରକାର ଏପରି ଚରମବାଣୀ ଶୁଣାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *