‘ଦି କେରଳ ଷ୍ଟୋରି’କୁ ଚମକପ୍ରଦ ଅନୁଭୂତି ଉଦ୍ରେକକାରୀ କହିଲେ ଜେ. ପି. ନଡ୍ଡା

ବେଙ୍ଗାଲୁରୁ : ବିଜେପିର ଜାତୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ରବିବାର ରାତିରେ ବେଙ୍ଗାଲୁରୁର ‘ଗରୁଡ଼ ମଲ୍‌’ରେ ‘ଦି କେରଳ ଷ୍ଟୋରି’ର ବିଶେଷ ପ୍ରଦର୍ଶନ ଦେଖିଥିଲେ। ଆଉ କହିଥିଲେ ଏହା ଗୋଟାଏ ଚମକପ୍ରଦ ଅନୁଭୂତି ଉଦ୍ରେକକାରୀ ଚଳଚ୍ଚିତ୍ର।

ବିଧାନସଭା ନିର୍ବାଚନ ପ୍ରଚାର ପାଇଁ କର୍ଣ୍ଣାଟକ ଗସ୍ତରେ ଥିବା ଜେ. ପି. ନଡ୍ଡା ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି ଏହି ଫିଲ୍ମରେ ଅସ୍ତ୍ରଶସ୍ତ୍ର ନଥିବା ନୂତନ ଧରଣର ଆତଙ୍କବାଦ ରହିଛି। ‘ଦି କେରଳ ଷ୍ଟୋରି’ ବିଷାକ୍ତ ଆତଙ୍କବାଦକୁ ଉନ୍ମୁକ୍ତ କରୁଛି। ଏ ଧରଣର ଆତଙ୍କବାଦ କୌଣସି ରାଜ୍ୟ ବା ଧର୍ମ ସହିତ ସମ୍ପୃକ୍ତ ନୁହେଁ। ଏହା ଦେଖିବା ଭଳି ବିଷୟ।

ସେ କହିଲେ ଆମ ସମାଜକୁ ଅନ୍ତଃସାରଶୂନ୍ୟ କରିବାକୁ କେଉଁ ପ୍ରକାରର ଷଡ଼ଯନ୍ତ୍ର କରାଯାଉଛି ଚଳଚ୍ଚିତ୍ରଟି ଦେଖିବା ପରେ ଲୋକେ ବୁଝିବାକୁ ସମର୍ଥ ହେବେ। ଏଥିପ୍ରତି ଆମେ ସତର୍କ ରହିବା ଉଚିତ। ଆମର ଯେଉଁ ତରୁଣମାନଙ୍କୁ ବିଭ୍ରାନ୍ତ କରାଯାଉଛି। ଅର୍ଥାତ ପୂର୍ବ ଅବସ୍ଥାକୁ ଫେରି ନ ଆସିବା ଅବସ୍ଥାରେ ଛାଡ଼ି ଦିଆଯାଉଛି, ସେମାନେ ଏବଂ ସମାଜର ସମସ୍ତଙ୍କ ପାଇଁ ଏହି ଚଳଚ୍ଚିତ୍ରଟି ଚମକପ୍ରଦ ଅନୁଭୂତି ଓ ଉପଲବ୍ଧି ଉଦ୍ରେକକାରୀ। ଆମେ ସମସ୍ତେ ଏହାକୁ ଦେଖିବା ଆବଶ୍ୟକ।

କର୍ଣ୍ଣାଟକ ବିଜେପି ୟୁନିଟ୍‌ ସଭାପତି ନଳିନୀ କୁମାର କଟୀଲ୍‌, କେନ୍ଦ୍ର ମନ୍ତ୍ରୀ ଶୋଭା କାରନଦଲାଜେ, ରାଜୀବ ଚନ୍ଦ୍ରଶେଖର, ତାମିଲନାଡୁ ବିଜେପି ସଭାପତି କେ. ଅନ୍ନାମଲାଇ ଓ ଦକ୍ଷିଣ ବେଙ୍ଗାଲୁରୁ ସାଂସଦ ତେଜସ୍ଵୀ ସୂର୍ଯ୍ୟା ମଧ୍ୟ ଏହି ଚଳଚ୍ଚିତ୍ର ଦେଖିଥିଲେ।

Leave a Reply

Your email address will not be published. Required fields are marked *

Back to top button