ଘରେପଶି ନାବାଳିକା ତଣ୍ଟି କାଟିଲା ଦୁର୍ବୃତ୍ତ

ଅନୁଗୁଳ : ସହର ଉପକଣ୍ଠ କୁଇଓ ଗ୍ରାମରେ ହତ୍ୟାକାଣ୍ଡ। ନାବାଳିକାର ତଣ୍ଟିକାଟି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ଅନୁଗୁଳ ସହର ଉପକଣ୍ଠ କୁଇଓ ଗ୍ରାମରେ ଏହି ଘଟଣା ଘଟିଛି। ସୋମବାର ସକାଳ ପ୍ରାୟ ୧୦ଟା ସମୟରେ ଭାଗିରଥି ସାହୁଙ୍କ ନାବାଳିକା ଝିଅ ଖୁସି ଓ ତାଙ୍କ ମା’ ଘରେ ଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତ ଘର ଭିତରକୁ ଆସି ଖୁସିକୁ ଆକ୍ରମଣ କରିବାରୁ ମା’ ବିରୋଧ କରିଥିଲେ। ଦୁର୍ବୃତ୍ତ ଜଣଙ୍କ ଖୁସିଙ୍କ ମା’ଙ୍କୁ ଠେଲି ତଳେ ପକାଇଦେବା ପରେ ଖୁସିର ତଣ୍ଟିକୁ ଧାରୁଆ ଅସ୍ତ୍ରରେ କାଟି ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ପରେ ଖୁସିକୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖୁସିଙ୍କ ପ୍ରକୃତ ଘର ତାଳଚେର ଡଅଁରାରେ।ସେମାନେ କୁଇଓ ଗାଁ’ରେ ଭଡ଼ାରେ ରହୁଥିଲେ। ତେବେ କେଉଁ କାରଣରୁ ଦୁର୍ବୃତ୍ତ ନାବାଳିକାର ତଣ୍ଟିକାଟିଲା ତାହା ଜଣାପଡ଼ି ନାହିଁ। ଏକ ତରଫା ପ୍ରେମ ପାଇଁ ଏପରି ହୋଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ପୋଲିସ ମାମଲା ଋଜୁକରି ଅଭିଯୁକ୍ତକୁ ଖୋଜୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button