Mon. Sep 16th, 2019

ଶବ ଦାହ ବେଳେ ମୃତବ୍ୟକ୍ତିଙ୍କ ଖପୁରି କାହିଁକି ଭଙ୍ଗାଯାଏ ?

ହିନ୍ଦୁ ଧର୍ମ ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହେଉଛି, ତେବେ ତାଙ୍କର ଅନ୍ତିମ ସଂସ୍କାର ଖୁବ୍ ମହତ୍ତ୍ବପୂର୍ଣ୍ଣ ହୋଇଥାଏ । ଯଦିଓ ଅନ୍ୟ ଧର୍ମରେ ଏହି ପରମ୍ପରା ପାଳନ କରାଯାଏ ନାହିଁ । ମୁସଲମାନମାନେ ମାଟିରେ ପୋତି ଦେଉଥିବା ବେଳେ ହିନ୍ଦୁମାନେ ଦାହସଂସ୍କାର କରିଥାନ୍ତି । କିନ୍ତୁ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ସମୟରେ ଏଭଳି ଏକ କ୍ରିୟା କରାଯାଇଥାଏ, ଯାହା ସମ୍ପର୍କରେ ଜାଣିବା ପରେ ଆପଣମାନେ ଆଶ୍ଚର୍ଯ୍ୟ ହେବେ। କୁହାଯାଏ ଯେ, ମରିବା ପରେ ବ୍ୟକ୍ତି ସମ୍ପର୍କିତ ଯେଉଁ ଶେଷ ପ୍ରକିୟା କରାଯାଇଥାଏ, ଏହାର ପ୍ରଭାବ ତା’ର ଆସନ୍ତା ଜୀବନ ଉପରେ ମଧ୍ୟ ପଡିଥାଏ । ଦାହ ସଂସ୍କାର ସମୟରେ କପାଳ କ୍ରିୟା ମଧ୍ୟ କରାଯାଇଥାଏ। ଏହାର ବର୍ଣ୍ଣନା ଗରୁଡ ପୁରାଣରେ ରହିଛି।

ଏହି କପାଳ କ୍ରିୟା ଅନୁସାରେ ମୃତ ଶରୀରକୁ ମୁଖାଗ୍ନି ଦେବାର କିଛି ସମୟ ପରେ ବାଉଁଶରେ ଲୋଟା ବାନ୍ଧି ଶବର ମୁଣ୍ଡରେ ଅଧିକ ଘିଅ ପକାଯାଇଥାଏ, ଯାହାଫଳରେ ଭଲ ଭାବରେ ଯେପରି ମୁଣ୍ଡ ଜଳିଯିବ। ଏହାକୁ କପାଳ କ୍ରିୟା କୁହାଯାଏ । କିଛି ସ୍ଥାନରେ ଦାହସଂସ୍କାର ବେଳେ ମୃତକଙ୍କ ମୁଣ୍ଡରେ ଘିଅର ଆହୁତି ଦିଆଯାଇଥାଏ ଓ ୩ ଥର ବାଡିରେ ପିଟା ଯାଇଥାଏ। ଏଭଳି କରିବା ଦ୍ବାରା ମୁଣ୍ଡର ଖପୁରିକୁ ଭଙ୍ଗା ଯାଇଥାଏ। ଏହାକୁ ମଧ୍ୟକପାଳ କ୍ରିୟା କୁହାଯାଇଥାଏ।

ମାନତ୍ୟା ରହିଛି ଯେ, କପାଳ କ୍ରିୟା ପରେ ପ୍ରାଣ ସମ୍ପୂର୍ଣ୍ଣ ଭବରେ ସ୍ବତନ୍ତ୍ର ହୋଇଯାଇଥାଏ ଓ ନୂତନ ଜନ୍ମର ପକ୍ରିୟା ଆଗକୁ ବଢିଥାଏ। ସେଭଳି ଆଉଏକ ମାନ୍ୟତା ରହିଛି ଯେ, ଖପୁରୀକୁ ଭାଙ୍ଗି ମସ୍ତିଷ୍କକୁ ଏଥିପାଇଁ ଜଳାଯାଇଥାଏ, ଯାହାଫଳରେ ଏହା ଅଧାଜଳା ନରୁହେ, ନଚେତ ଆଗାମୀ ଜନ୍ମରେ ଏହା ବିକଶିତ ହୁଏ ନାହିଁ। ଶ୍ରାଦ୍ଧ ଚନ୍ଦ୍ରିକା ପୁସ୍ତକ ଅନୁସାରେ ମୁଣ୍ଡରେ ବ୍ରହ୍ମା ବାସ କରନ୍ତି। ତେଣୁ ଶରୀରକୁ ପୂର୍ଣ୍ଣ ଭାବରେ ମୁକ୍ତି ପ୍ରଦାନ କରିବାପାଇଁ କପାଳ କ୍ରିୟା କରାଯାଇଥାଏ।

ଖପୁରି ହାଡ ଏତେ ମଜବୁତ ହୋଇଥାଏ ଯେ, ଏହାକୁ ନିଆଁରେ ଭଷ୍ମ ହେବାପାଇଁ ସମୟ ଲାଗିଥାଏ। ଖପୁରି ହାଡ ଭାଙ୍ଗିଗଲେ ମସ୍ତିଷ୍କରେ ଥିବା ବ୍ରହ୍ମାନ୍ଦ୍ର ପଞ୍ଚତତ୍ତ୍ବରେ ସମ୍ପୂର୍ଣ୍ଣ ଭାବରେ ବିଲୀନ ​ ହୋଇଯାଇଥାଏ। ତେଣୁ କପାଳ କ୍ରିୟା କରାଯାଇଥାଏ। କିଛି ତାନ୍ତ୍ରିକ ସିଦ୍ଧି ପାଇବା ପାଇଁ ମୃତ ଶରୀରର ଖପୁରୀକୁ ଉପଯୋଗ କରିଥାନ୍ତି। ସେଥିପାଇଁ କପାଳ କ୍ରିୟା କରାଯାଇଥାଏ।

Leave a Reply

Your email address will not be published. Required fields are marked *