Fri. Sep 20th, 2019

ପ୍ରେମିକକୁ ଛୁରୀଭୁଶି ହତ୍ୟାକଲା ପ୍ରେମିକା

ନୂଆଦିଲ୍ଲୀ : ଆସାମର ନଗାଓରେ ଜଣେ ଯୁବତୀ ନିଜ ପ୍ରେମିକକୁ ଛୁରୀଭୁଶି ହତ୍ୟା କରିଛି। ବାରପେଟା ଜିଲ୍ଲାର ନଗାଓ ବାଉସୀ ବନିକାନ୍ତା କକାତି (ବିବିକେ) କଲେଜ ସମ୍ମୁଖରେ ଏହି ଘଟଣା ଘଟିଛି।

ପୋଲିସ କହିଛି ଯେ ରୁନୁମା ସୋମବାର ମୋହିଦୁଲଙ୍କୁ ଭେଟିବା ପାଇଁ କଲେଜକୁ ଡାକିଥିଲା। ଜଣେ ସାଙ୍ଗ ସହିତ ମୋହିଦୁଲ କଲେଜରେ ପହଂଚିଥିଲା। ତିନିଜଣଙ୍କ ମଧ୍ୟରେ କିଛି ସମୟ କଥାବାର୍ତ୍ତା ଚାଲିଲା। ପରେ ମୋହିଦୁଲକୁ ରୁନୁମା କହିଥିଲା କିଛି ବ୍ୟକ୍ତିଗତ କଥା ଅଛି। ଏଥିପାଇଁ ବନ୍ଧୁ ଏଠାରୁ ଟିକିଏ ବାହାରକୁ ଯାଆନ୍ତୁ। ବନ୍ଧୁ ଯେତେବେଳେ ସେହିଠାରୁ ଅନ୍ୟଆଡକୁ ଚାଲିଗଲେ, ରୁନୁମା ନିଜର ବ୍ୟାଗରୁ ଛୁରୀ ବାହାର କରି ମୋହିଦୁଲର ପେଟରେ ଭୁଶିଥିଲା। ସ୍ଥାନୀୟ ଲୋକେ ମୋହିଦୁଲଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। 

ସୂଚନା ଅନୁଯାୟୀ ଅଭିଯୁକ୍ତ ରୁନୁମା ଅହମଦ ବିବିକେ କଲେଜରେ ପ୍ରଥମ ବର୍ଷ। ରୁନୁମାର ମୋହିଦୁଲ ଇସ୍ଲାମ ସହିତ ସମ୍ପର୍କ ଥିଲା। କିନ୍ତୁ ପୂର୍ବରୁ ମୋହିଦୁଲ ଅନ୍ୟ ଏକ ଝିଅକୁ ବିବାହ କରିଥିଲା। ତେଣୁ ଅନୁମାନ କରାଯାଉଛି ମୋହିଦୁଲ ଦେଇଥିବା ପ୍ରତିଶୃତି ନରଖିବାରୁ ରୁନୁମା ପ୍ରତିଶୋଧ ପରାୟଣ ହୋଇ ଏପରି କାଣ୍ଡ ଘଟାଇଛି।

Leave a Reply

Your email address will not be published. Required fields are marked *