ରାଷ୍ଟ୍ରପତି ଭାଷଣ ବେଳେ ବିଦ୍ୟୁତ୍‌ କଟିବା ଘଟଣାରେ ରିପୋର୍ଟ ମାଗିଲେ ରାଜ୍ୟପାଳ

ଭୁବନେଶ୍ଵର : ଭୁବନେଶ୍ଵର : ଗତ ୬ ତାରିଖ ଦିନ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଦ୍ୟୁତ କଟିଯିବା ପ୍ରସଙ୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରିପୋର୍ଟ ମାଗିଛନ୍ତି। ଏହି ରିପୋର୍ଟ ୭ ଦିନ ମଧ୍ୟରେ ଦେବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଶନିବାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି‌ ଦ୍ରୌପଦୀ ମର୍ମୁ। ଏହି ସମାରୋହରେ ରାଷ୍ଟ୍ରପତି ଦୀକ୍ଷାନ୍ତ ଭାଷଣ ଦେବା ସମୟରେ ୯ ମିନିଟ୍‌ ବିଦ୍ୟୁତ୍‌ କଟିଯାଇଥିଲା। ଅନ୍ଧାରରେ ରାଷ୍ଟ୍ରପତି ଅଭିଭାଷଣ ଜାରି ରଖିଥିଲେ। ଏହି ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଥିବା ବେଳେ ବିଶ୍ୱବିଦ୍ୟାଳୟର ଜଣେ ବିଦ୍ୟୁତ୍ କର୍ମଚାରୀ ଜୟନ୍ତ ତ୍ରିପାଠୀଙ୍କୁ ନିଲମ୍ବନ କରାଯାଇଛି। ଏଥିସହ ବିଶ୍ୱବିଦ୍ୟାଳୟ ପକ୍ଷରୁ ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି। ଘଟଣା ପାଇଁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ନିଜକୁ ଦାୟୀ କରିବା ସହିତ କ୍ଷମା ପ୍ରାର୍ଥନା କରିଛନ୍ତି।

କେବେଳ ସେତିକି ନୁହେଁ କୁଳପତି ପ୍ରଫେସର ତ୍ରିପାଠୀ କହିଥିଲେ ସମାରୋହ ଅନୁଷ୍ଠିତ ହୋଇଥିବା ବିଲଡିଂ ଇଡକୋ ତିଆରି କରିଥିଲା। ଜେନେରେଟର ସଜାଡ଼ିଥିଲା ଇଡକୋ। ଡେଡିକେଟେଡ ଜେନେରେଟର ଥିଲା। ହେଲେ ସେଇଟା ଠିକ୍ ବିଦ୍ୟୁତ କଟିବା ସମୟରେ କାମ ନଦେବାରୁ ଏଥିପାଇଁ ଆମକୁ ଲଜ୍ଜିତ ହେବାକୁ ପଡ଼ିଲା। ସେହିପରି କେନ୍ଦ୍ରାଞ୍ଚଳ ଆରଡିସି ସୁରେଶ ଦଳାଇ କହିଥିଲେ ଘଟଣାର ତଦନ୍ତ କରାଯିବ। ଏପରି କାହିଁକି ଘଟିଲା ଓ ଦାୟୀ କିଏ ତା’ର ଅନୁସନ୍ଧାନ କରାଯିବ।

Leave a Reply

Your email address will not be published. Required fields are marked *

Back to top button