Fri. Sep 20th, 2019

କେନ୍ଦ୍ରୀୟ ସୁରକ୍ଷାବଳର ସବୁ କର୍ମଚାରୀଙ୍କ ଅବସର ବୟସ ସୀମା ବଢିଲା

ନୂଆଦିଲ୍ଲୀ : କେନ୍ଦ୍ରୀୟ ରିଜର୍ଭ ପୋଲିସ (ସିଆରପିଏଫ), ସୀମା ସୁରକ୍ଷା, ଭାରତ-ତିବ୍ବତ ସୀମା ପୋଲିସ (ଆଇସିବିପି) ଓ ସଶସ୍ତ୍ର ସୀମା ବଳର ସମସ୍ତ କର୍ମଚାରୀଙ୍କ ଅବସର ବୟସ ସୀମାକୁ କେନ୍ଦ୍ର ସରକାର ୬୦କୁ ବୃଦ୍ଧି କରିଛନ୍ତି। ଏନେଇ ଗୃହ ମନ୍ତ୍ରଣଳୟ ପକ୍ଷରୁ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ପ୍ରଚଳିତ ନୀତି ଅନୁସାରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) ଓ ଆସାମ ରାଇଫଲ୍ସର ଯବାନମାନେ ୬୦ ବର୍ଷ ବୟସରେ ଅବସର ନେଉଥିଲେ। କିନ୍ତୁ ସିଆରପିଏଫ, ବିଏସଏଫ, ଆଇଟିବିପି ଓ ଏସଏସବିରେ କନଷ୍ଟେବଳରୁ କମାଣ୍ଡର ସ୍ତରଯାଏଁ ସମସ୍ତ କର୍ମଚାରୀଙ୍କ ଅବସର ବୟସ ରହିଛି ୫୭ ବର୍ଷ। ଉଚ୍ଚ ଅଧିକାରୀମାନେ ୬୦ବର୍ଷରେ ଅବସର ନେଉଛନ୍ତି। ଏହି ଅସଙ୍ଗତି ସମ୍ପର୍କିତ ଏକ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁପାଳନ କରାଯାଇ ଅବସର ବୟସ ସୀମା ଧାର୍ଯ୍ୟ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *