୨୦୨୭ ସୁଦ୍ଧା ବଡ଼ ସହରରେ ନିଷିଦ୍ଧ ହେବ ଡିଜେଲ ଗାଡ଼ି

ନୂଆଦିଲ୍ଲୀ : ଡିଜେଲ ଚାଳିତ କାର୍ ଓ ଏସୟୁଭି ଉପରେ ଆଗାମୀ ଦିନରେ କଟକଣା ଲାଗିବ। ୨୦୨୪ରୁ କେବଳ ଇଲେକ୍ଟ୍ରିକ୍ ଯାନ ପଞ୍ଜୀକରଣ ଉପରେ ରହିବ ଗୁରୁତ୍ୱ। ଫଳରେ ଆଗାମୀ ୧୦ ବର୍ଷ ମଧ୍ୟରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ୭୫ ପ୍ରତିଶତ ଯାନ ଇଲେକ୍ଟ୍ରିକ୍ ହେବ।

ଖବର ଅନୁଯାୟୀ ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ଏନର୍ଜି ଟ୍ରାଞ୍ଜିସନ ଆଡଭାଇଜରି କମିଟି କେନ୍ଦ୍ର ସରକାରଙ୍କୁ ଏନେଇ ସୁପାରିସ କରିଛି। କମଟିର ଚୂଡ଼ାନ୍ତ ରିପୋର୍ଟରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ୨୦୨୭ ସୁଦ୍ଧା ଡିଜେଲ ଚାଳିତ କାର୍ ଓ ଏସୟୁଭି ଉପରେ ପ୍ରତିବନ୍ଧକ ଲଗାଇବାକୁ ଦିଆଯାଇଛି ପରାମର୍ଶ। ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ସାମିଲ ହେଲେ ଓଡ଼ିଶାର ଭୁବନେଶ୍ଵର ମଧ୍ୟ ତାଲିକାରେ ରହିବ।

ସେହପରି ୨୦୩୫ ସୁଦ୍ଧା ଜାତୀୟ ଏନର୍ଜି ବାସ୍କେଟରେ ଗ୍ରିଡ୍ ପାୱାରର ଅଂଶକୁ ଦୁଇଗୁଣା କରି ୪୦ ପ୍ରତିଶତ କରିବାକୁ କମିଟି ସୁପାରିସ କରିଛି। ପେଟ୍ରୋଲିୟମ, କୋଇଲା, ଶକ୍ତି ଓ ଅକ୍ଷୟ ଶକ୍ତି ସମ୍ବନ୍ଧୀୟ ମନ୍ତ୍ରଣାଳୟଗୁଡ଼ିକୁ ଏକ ମନ୍ତ୍ରୀ ଗୋଷ୍ଠୀ ଗଠନ କରିବାକୁ କମିଟି କହିଛି। ଶକ୍ତି ବ୍ୟବହାର ଉପରେ ନଜର ରଖୁଥିବା ମନ୍ତ୍ରଣାଳୟର ସଦସ୍ୟ ଓ ସଚିବମାନଙ୍କୁ ନେଇ ଏକ କମିଟି ଗଠନ କରିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button