Fri. Sep 20th, 2019

ଚନ୍ଦ୍ରକକ୍ଷରେ ଚନ୍ଦ୍ରଯାନ-୨ପହଁଚିଲା, ସେପ୍ଟେମ୍ବର ୭ରେ ଅବତରଣ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରି ଚାରିପଟେ ପରିକ୍ରମା ଆରମ୍ଭ କରିଛି। ଅଗଷ୍ଟ ୩୧ ମଧ୍ୟରେ ଏହି ଯାନ ଚନ୍ଦ୍ରର କକ୍ଷପଥରେ ୪ ଥର ପରିକ୍ରମା କରିବ। ସେପ୍ଟେମ୍ବର ୭ରେ ଚନ୍ଦ୍ରରେ ଅବତରଣ କରିବାର ସମ୍ଭାବନା ରହିଛି। ଚନ୍ଦ୍ରଯାନ-୨ର ଲିକ୍ୱିଡ ଇଂଜିନ ଏହି ମହାକାଶ ଯାନକୁ ଚନ୍ଦ୍ରର କକ୍ଷରେ ପ୍ରବେଶ କରାଇଛି। ଆହୁରି ୪ଥର (ଅରବିଟ ମାନ୍ୟୁବର)ରେ ଘୂରିବା ପରେ ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୧୪ ରାତି ୨ଟା ୨୧ ମିନିଟରେ ଚନ୍ଦ୍ରଯାନ-୨ ପୃଥିବୀର କକ୍ଷପଥରୁ ବାହାରୁ ଚନ୍ଦ୍ର ଅଭିିମୁଖେ ଯାତ୍ରା ଆରମ୍ଭ କରିଥିଲା। ଏହାକୁ ଏହାକୁ ‘ଟ୍ରାନ୍ସ ଲୁନାର ଇଂଜେକ୍ସନ’ ବୋଲି କୁହାଯାଏ। ଇସ୍ରୋର ଯୋଜନା ମୁତାବକ ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ସଫଳତାର ସହ ସଂପନ୍ନ ହୋଇଥିଲା। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଗତ ଜୁଲାଇ ୨୨ରେ ଚନ୍ଦ୍ରଯାନ-୨କୁ ଜିଏସଏଲଭି ମାଧ୍ୟମରେ ମହାକାଶକୁ ପ୍ରେରଣ କରିଥିଲା ।

Leave a Reply

Your email address will not be published. Required fields are marked *