Fri. Sep 20th, 2019

୨୩ ଓ ୨୪ ପ୍ରବଳ ବର୍ଷିବ

ଭୁବନେଶ୍ଵର : ଆସନ୍ତା ଦୁଇଦିନ ଯାଏଁ ରାଜ୍ୟରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ ୨୨ ତାରିଖଠାରୁ ବର୍ଷାର ପରିମାଣ ବଢିବ। ୨୪ ତାରିଖ ଯାଏଁ ଏଭଳି ସ୍ଥିତ ଲାଗି ରହିବ। ୨୩ ଓ ୨୪ ତାରିଖରେ ଦକ୍ଷିଣ ଓ ଉପକୂଳ ଓଡିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ଉପରେ ଲଘୁଚାପ ପ୍ରଭାବ ଥିବାରୁ ଓଡିଶାରେ ପାଗ ମେଘୁଆ ରହୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *