Fri. Sep 20th, 2019

ଜଳକାର ପାଣି ବାଢୁଛି, ବନ୍ଦ ହେଲା ହୀରାକୁଦର ୧୦ଟି ଗେଟ୍

ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲାର ଜଳକା ନଦୀ ମଥାନି ନିକଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବିପଦ ସଙ୍କେତ ୫.୫ ମିଟର ଥିବାବେଳେ ବର୍ତ୍ତମାନ ମଥାନିଠାରେ ଏହା ୬. ୧୯ ମିଟରରେ ଜଳ ପ୍ରବାହିତ ହେଉଛି। ଏହି ସ୍ଥାନରେ ନଦୀର ଜଳସ୍ତର ୬.୭୫ ମିଟରରେ ପହଞ୍ଚିଲେ ବନ୍ୟାଜଳ ଗାଁ ଭିତରକୁ ପ୍ରବେଶ କରିବ। ଫଳରେ ବସ୍ତା ବ୍ଲକର ୩ଟି ପଞ୍ଚାୟତ ଓ ସଦର ବ୍ଲକର ୨ଟି ପଞ୍ଚାୟତ ପ୍ରଭାବିତ ହେବବୋଲି ଆଶଙ୍କା କରାଯାଉଛି।

ଅନ୍ୟପକ୍ଷରେ ହୀରାକୁଦ ଡ୍ୟାମ୍‌ର ୧୦ଟି ଗେଟ୍‌କୁ ଆଜି ବନ୍ଦ କରାଯାଇଛି। ସୋମବାର ଦିନ ହୀରାକୁଦ ଡ୍ୟାମ୍‌ର ଆଉ ୭ଟି ଗେଟ୍ ଖୋଲା ଯାଇଥିଲା। ଆଜି ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା। ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ କରି ୧୦ଟି ଗେଟ୍ ବନ୍ଦ କରାଯାଇଛି। ଡ୍ୟାମକୁ ଜଳ ପ୍ରବେଶ ପରିମାଣ କମୁଥିବାରୁ ଗେଟ୍ ବନ୍ଦ ଲାଗି ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। 

ସେପଟେ ଉପରମୁଣ୍ଡରେ ବର୍ଷା ଯୋଗୁ ରାଉରକେଲା ଶଙ୍ଖ ନଦୀରେ ଥିବା ମନ୍ଦିରା ଡ୍ୟାମର ୧୧ଟି ଗେଟ୍ ଖୋଲା ଯାଇଛି। ଫଳରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ରାଉରକେଲା ସହରର ବାଲୁଘାଟ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି। ନଦୀ କୂଳିଆ ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *