ଚିକିତ୍ସାଧୀନ ଅବସ୍ଥାରେ କଲରାପତରିଆ ବାଘର ମୃତ୍ୟୁ

ନୂଆପଡ଼ା : ଜଙ୍ଗଲରୁ ଉଦ୍ଧାର ହୋଇଥିବା କଲରାପତରିଆ ବାଘର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏସିଏଫ୍ ମହମ୍ମଦ ମୁସ୍ତାଫ ସାଲିହ ଏହି ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ଜଙ୍ଗଲରୁ ଉଦ୍ଧାର ଅସୁସ୍ଥ ବାଘକୁ ନୂଆପଡ଼ା ଜିଲ୍ଲା ରେଞ୍ଜ ଅଫିସ ପରିସରରେ ଏକ ଯନ୍ତାରେ ରଖାଯାଇଥିଲା। ଦୀର୍ଘ ୨୨ଦିନ ଚିକିତ୍ସା ଚାଲିଥିଲେ ମଧ୍ୟ ବାଘର ସ୍ଵାସ୍ଥ୍ୟାବସ୍ଥାରେ ସୁଧାର ଆସୁନଥିଲା। ବାଘଟି ଠିକ୍ ଭାବେ ଖାଦ୍ୟ ଗ୍ରହଣ କରୁନଥିବାରୁ ନୂଆପଡ଼ା ପ୍ରାଣୀ ଚିକିତ୍ସା ଅଧିକାରୀ ଅଧିକ ଚିକିତ୍ସା ପାଇଁ ଅନ୍ୟସ୍ଥାନକୁ ନେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ନୂଆପଡ଼ା ବନ୍ୟପ୍ରାଣୀ ବିଭାଗ ଅଧିକାରୀମାନେ ଗୁରୁତ୍ଵ ଦେଲେନି। ଭୁବନେଶ୍ଵରରୁ ଓୟୁଏଟି ବିଶେଷଜ୍ଞ ଟିମ୍ ପହଞ୍ଚି ଚିକିତ୍ସା କରିଥିଲେ ହେଁ ବାଘଟିର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ ଗତ ଏପ୍ରିଲ ୧୬ ତାରିଖ ଦିନ ନୂଆପଡ଼ା ରେଞ୍ଜ ଧରମବନ୍ଧା ସେକ୍ସନ ସିଲିଆରିବାହାରା ଗାଁ ଆମକୋନୀ ଜଙ୍ଗଲରୁ ଏହି କଲରାପତରିଆ ବାଘକୁ ଗୁରୁତର ଅବସ୍ଥାରେ ବନ ବିଭାଗ ଉଦ୍ଧାର କରିଥିଲା।

Leave a Reply

Your email address will not be published. Required fields are marked *

Back to top button