ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ)ର ମୁଖ୍ୟ ଇମ୍ରାନ୍ ଖାନ ଗିରଫ। ଅଲ-କାଦିର ଟ୍ରଷ୍ଟ ମାମଲାରେ ତାଙ୍କ ନାଁରେ ଏକାଧିକ ଏତଲା ରୁଜୁ ହୋଇଥିଲା। ଗିରଫଦାରୀକୁ ନେଇ ପିଟିଆଇର କର୍ମୀ ଓ ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଖବର ଅନୁଯାୟୀ ଅଲ-କାଦିର ଟ୍ରଷ୍ଟ ମାମଲାରେ ଇମ୍ରାନ ଖାନ ଜାମିନ ପାଇଁ ମଙ୍ଗଳବାର ଇସଲାମାବାଦ ହାଇକୋର୍ଟରେ ହାଜର ହେବାକୁ ଯାଉଥିଲେ। କୋର୍ଟ ବାହାରୁ ପାକିସ୍ତାନ ରେଞ୍ଜର୍ସ ତାଙ୍କୁ ଗିରଫ କରିଥିଲା। ଏହାକୁ ନେଇ ପାକିସ୍ତାନରେ ଆରମ୍ଭ ହୋଇଯାଇଛି ହିଂସା। ପିଟିଆଇ ପକ୍ଷରୁ କୁହାଯାଇଛି ଇମ୍ରାନ ଖାନ ହାଇକୋର୍ଟର ବାୟୋମେଟ୍ରିକ ରୁମରେ ଥିବାବେଳେ ରେଞ୍ଜର୍ସମାନେ ଧସେଇ ପଶିବା ସହିତ ତାଙ୍କ ଓକିଲଙ୍କୁ ମାଡ଼ମାରି ଇମ୍ରାନଙ୍କୁ ଅପହରଣ କରି ନେଇଛନ୍ତି।

ସେହିପରି ପିଟିଆଇ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରି ଅଭିଯୋଗ କରିଛି ଗିରଫ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଧକ୍କା ଦିଆଯାଇଥିଲା। ରେଞ୍ଜର୍ସ ଯବାନମାନେ ଆହତ ଇମ୍ରାନ୍ ଖାନଙ୍କୁ ନିର୍ମମ ଭାବେ ଠେଲି ଦେଇଥିଲେ। ପାକିସ୍ତାନ ଲୋକଙ୍କୁ ବଞ୍ଚାଇବାର ଏହି ସମୟ। ଏହାପରେ ଆଉ କୌଣସି ସୁଯୋଗ ମିଳିବ ନାହିଁ।

Leave a Reply

Your email address will not be published. Required fields are marked *

Back to top button