ବହୁ ବିବାହ ଉପରେ ଲାଗିବ କଟକଣା : ହିମନ୍ତ ବିଶ୍ୱ ଶର୍ମା

ଗୁଆହାଟୀ : ଆସାମରେ ବହୁବିବାହ ଉପରେ ପ୍ରତିବନ୍ଧକ ଲାଗିବ। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏନେଇ ସଂକେତ ଦେଇଛନ୍ତି। ସେ କହିଛନ୍ତି ଆମେ ୟୁନିଫର୍ମ ସିଭିଲ କୋଡ୍ ଅନୁସରଣ କରୁନାହୁଁ। କିନ୍ତୁ ଆମେ ରାଜ୍ୟର ଆଇନ ଅନୁଯାୟୀ ବହୁବିବାହ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାହୁଁଛୁ।

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ସରକାର ରାଜ୍ୟରେ ବହୁବିବାହ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାହୁଁଛନ୍ତି। ଏହି ଅଧିକାର ରାଜ୍ୟ ସରକାରଙ୍କ ପାଖରେ ଅଛି କି ନାହିଁ ତାହାର ଯାଞ୍ଚ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଛି। କମିଟି ଆଇନ ବିଶେଷଜ୍ଞଙ୍କ ସମେତ ସମସ୍ତ ଅଂଶୀଦାରଙ୍କ ସହ ବ୍ୟାପକ ଆଲୋଚନା କରିବା ସହିତ ମୁସଲିମ ପର୍ସନାଲ ଲ ଆଇନ ୧୯୩୭ର ବ୍ୟବସ୍ଥା ଗୁଡ଼ିକୁ ଯାଞ୍ଚ କରିବ।

Leave a Reply

Your email address will not be published. Required fields are marked *

Back to top button