ଓଡ଼ିଶାରେ ୫୧,୨୬୦ ନକଲି ମୋବାଇଲ୍‌ ସିମ୍ କାର୍ଡ ବାତିଲ

ଭୁବନେଶ୍ଵର : ଓଡିଆରେ ବିଭିନ୍ନ ଟେଲିକମ୍ ଅପରେଟରଙ୍କ ସନ୍ଦିଗ୍ଧ ମୋବାଇଲ୍ ସଂଯୋଗକୁ ଏଏସଟିଆର ଚିହ୍ନଟ କରିଛି। ଏ ମଧ୍ୟରୁ ୫୧,୨୬୦ ନକଲି ମୋବାଇଲ୍‌ ସିମ୍ କାର୍ଡ ବାତିଲ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଓଡିଆର ଟେଲିକମ୍ ଅପରେଟରଙ୍କ ୫୨,୦୮୮ ସନ୍ଦିଗ୍ଧ ମୋବାଇଲ୍ ସଂଯୋଗକୁ ଏଏସଟିଆର ଚିହ୍ନଟ କରିଛି। ଓଡିଶା ଟେଲିକମ୍ୟୁନିକେସନ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ସନ୍ଦିଗ୍ଧ ମୋବାଇଲ୍ ସଂଯୋଗ ସଂପୃକ୍ତ ଟେଲିକମ୍ ଅପରେଟରଙ୍କ ଦ୍ଵାରା ପୁନଃଯାଞ୍ଚ କରାଯାଇଥିଲା। ୫୧,୨୬୦ ସଂଯୋଗ ନକଲି ଜଣାପଡିବାରୁ ବିଚ୍ଛିନ୍ନ କରାଯାଇଛି।

ସେହିପରି ବିଶ୍ଳେଷଣ ଆଧାରରେ ମୋଟ ୨୪୧୭ ନୋ ପଏଣ୍ଟ ଅଫ୍ ସେଲ୍ସ (ପିଓଏସ)/ ସିମ୍ ବିକ୍ରେତା ଏହି ଠକ କାର୍ଯ୍ୟକଳାପରେ ଜଡିତମାନଙ୍କୁ କଳା ତାଲିକାଭୁକ୍ତ କରାଯାଇଛି। ସେମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସରେ ଅଭିଯୋଗ ହୋଇଛି। ଏହି ପଦକ୍ଷେପଗୁଡ଼ିକ ଓଡିଶାରେ ସାଇବର କ୍ରାଇମ୍ ସମେତ ନକଲି/ଜାଲ୍ ମୋବାଇଲ୍ ସଂଯୋଗର ବ୍ୟବହାରକୁ ରୋକିବାରେ ସାହାଯ୍ୟ କରିବ।

Leave a Reply

Your email address will not be published. Required fields are marked *

Back to top button