ବାଚସ୍ପତିଙ୍କ ଉପରେ ରାଗି ସାଂସଦ ଖୋଲିଦେଲେ ପୋଷାକ ଓ ଅନ୍ତବସ୍ତ୍ର

ନୂଆଦିଲ୍ଲୀ : ନେପାଳରେ ଜଣେ ସାଂସଦଙ୍କୁ ସଂସଦରେ କହିବାକୁ ସୁଯୋଗ ଦିଆ ନଯିବାରୁ ସେ ରାଗରେ ପୋଷାକ ଓ ଅନ୍ତବସ୍ତ୍ର ଖୋଲିଦେଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହୋଇଛି।

ଖବର ଅନୁଯାୟୀ ନେପାଳରେ ଏହି ଘଟଣା ପ୍ରଥମଥର ଘଟିଛି। ପୋଷାକ ଓ ଅନ୍ତବସ୍ତ୍ର ଖୋଲିଥିବା ଏହି ସାଂସଦଙ୍କ ନାମ ଅମରେଶ କୁମାର ସିଂହ। ନେପାଳ କଂଗ୍ରେସର ସେ ଜଣେ ପୂର୍ବତନ ନେତା। ତାଙ୍କୁ ନେପାଳୀ କଂଗ୍ରେସ ଟିକେଟ ନଦେବାରୁ ସେ ଗତବର୍ଷ ସରଲାହୀରୁ ନିର୍ଦ୍ଦଳୀୟ ପାର୍ଥୀଭାବେ ନିର୍ବାଚନ ଲଢ଼ିଥିଲେ। ହାଉସ ଅପ ରିପ୍ରେଜେଣ୍ଟେଟିଭ୍ସର ବାଚସ୍ପତି ଦେବରାଜ ଧିମିରେ ସଂସଦରେ ସାଂସଦ ଅମରେଶ କୁମାର ସିଂହ କିଛି କହିବାକୁ ଚାହୁଁଥିଲେ। କିନ୍ତୁ ବାଚସ୍ପତି ତାଙ୍କୁ ସୁଯୋଗ ନଦେଇନଥିଲେ।

ବାଚସ୍ପତି କହିଥିଲେ ତୁମେ ବ୍ୟବହାର ଠିକ କର। ଯେପର୍ଯ୍ୟନ୍ତ ବ୍ୟବହାର ଠିକ କରିନାହଁ ତୁମକୁ କହିବାର ସୁଯୋଗ ମିଳିବନି। ବାଚସ୍ପତିଙ୍କ ଏହି କଥା ଶୁଣି ସାଂସଦ ଅମରେଶ କୁମାର ରାଗ ତମତମ ହୋଇ ସମସ୍ତଙ୍କ ସାମ୍ନାରେ ପୋଷାକ ସହିତ ଅନ୍ତବସ୍ତ୍ର ଖୋଲି ଦେଇଥିଲେ। ଆଉ ସଂସଦ ଛାଡ଼ି ଚାଲିଯାଇଥିଲେ।

Leave a Reply

Your email address will not be published. Required fields are marked *

Back to top button