ଟିଟିଲାଗଡ଼ ପୌରଧ୍ୟକ୍ଷାଙ୍କୁ କ୍ଷମା ମାଗିଲେ କାର୍ଯ୍ୟନିର୍ବାହୀ ଅଧିକାରୀ

ଭୁବନେଶ୍ଵର : ଟିଟିଲାଗଡ଼ ପୌର ପରିଷଦ ଅଧ୍ୟକ୍ଷା ମମତା ଦେବୀ ଜୈନଙ୍କୁ ଆଜି କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ଦୀପ କ୍ଷମା ମାଗିଛନ୍ତି। ଦୁର୍ବ୍ୟବହାର ଅଭିଯୋଗ ଆଣି ପୌର ଅଧ୍ୟକ୍ଷା ଧାରଣାରେ ବସିବାରୁ ଏଭଳି ପରିସ୍ଥିତି ହୋଇଥିବା ଜଣାପଡିଛି। ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ପୌରଧ୍ୟକ୍ଷାଙ୍କ ଅଭିଯୋଗ ଲୋକଙ୍କ ଦାବି ଆଧାରରେ ଟିଟିଲାଗଡ଼ର ସ୍ଵର୍ଗ ଧାମର ରକ୍ଷଣା ବେକ୍ଷଣକୁ ପାଇଁ ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପଙ୍କୁ ପଦକ୍ଷେପ ନେବାକୁ ବହୁବାର ଫୋନ୍‌ ଯୋଗେ ବାର୍ତ୍ତା ଦେଇଥିଲେ। ହେଲେ ସେ କେବଳ ଗୁଡ୍‌ ଲେଖି ଚୁପ ରହୁଥିଲେ। ଏ ବିଷୟରେ ଆଲୋଚନା ପାଇଁ ଅଫିସ୍‌ ଚାମ୍ବରକୁ ଡାକିଲେ ମଧ୍ୟ ଆସୁ ନ ଥିଲେ।

ସେଥିପାଇଁ ପୌରଧ୍ୟକ୍ଷା ଗତକାଲି ନିର୍ବାହୀ ଅଧିକାରୀଙ୍କ ଚାମ୍ବରକୁ ଯାଇଥିଲେ। କିଏ କାହା ନିର୍ଦ୍ଦେଶ ପାଳନ କରିବ ବୋଲି ପଚାରିବାରୁ ତାଙ୍କ କଥା ମାନିବେନି ବୋଲି କହିଥିଲେ। ତେଣୁ ଆଜି ସକାଳେ ନିର୍ବାହୀ ଅଧିକାରୀଙ୍କ ଅଫିସ୍ ଚାମ୍ବର ଦୁଆରେ ଧାରଣାରେ ବସି ପୌରଧ୍ୟକ୍ଷା ଅଫିସ୍ ଫାଇଲ୍ କାମ କରିବାରୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଏହାଦେଖି ନିର୍ବାହୀ ଅଧିକାରୀ ଅଫିସ୍‌ ବାହାରକୁ ଆସି ପୌରାଧ୍ୟକ୍ଷଙ୍କୁ କ୍ଷମା ମାଗିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button