ମୁଁ ଭୟ କରୁଛି : ଇମ୍ରାନ୍‌ ଖାନ୍‌

ଇସଲାମାବାଦ୍ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍ଇଙ୍କୁ ସଲାମାବାଦ ହାଇକୋର୍ଟରୁ ଟାଣି ଆଣି ଗିରଫ କରାଯାଇଥିଲା। ଆଜି ତାଙ୍କୁ ଇସଲାମାବାଦ ସ୍ଥିତ ପୋଲିସ ଲାଇନ୍‌ସ ମୁଖ୍ୟାଳୟରେ ଆକାଉଣ୍ଟେବିଲିଟି କୋର୍ଟରେ ହାଜର କରାଯିବା ପରେ ସମର୍ଥକ ଓ ପୋଲିସ ମଧ୍ୟରେ ତୀବ୍ର ସଂଘର୍ଷ ଘଟିଛି।

ଖବର ଅନୁଯାୟୀ ବୁଧବାର ଶୁଣାଣି ବେଳେ ସମୟରେ ଇମ୍ରାନ୍‌ ଖାନ କହିଛନ୍ତି ମୁଁ ୨୪ ଘଣ୍ଟା ମଧ୍ୟରେ ଶୌଚାଳୟକୁ ଯାଇନାହିଁ। ମୁଁ ଭୟ କରୁଛି ଯେ ମକସୁଦ ଚାପରାସିଙ୍କ ଭଳି ଭାଗ୍ୟ ଭୋଗିବି। ପ୍ରଧାନମନ୍ତ୍ରୀ ସରିଫଙ୍କ ମନି ଲଣ୍ଡରିଂ ମାମଲାର ଜଣେ ପ୍ରମୁଖ ସାକ୍ଷୀ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିଲେ। ତେଣୁ ପାକିସ୍ତାନ ତେହରିକ-ଏ-ଇନସାଫ ମୁଖ୍ୟ ଅଦାଲତଙ୍କୁ ଅନୁରୋଧ କରିଛନ୍ତି ତାଙ୍କ ବ୍ୟକ୍ତିଗତ ଡାକ୍ତର ଡକ୍ଟର ଫୈଜଲ ସୁଲତାନଙ୍କୁ ଚିକିତ୍ସା ପାଇଁ ଅନୁମତି ଦିଆଯାଉ। ଅନ୍ୟପକ୍ଷରେ ଶୁଣାଣି ସମୟରେ ନ୍ୟାସନାଲ ଆକାଉଣ୍ଟାବିଲିଟି ବ୍ୟୁରୋ ଇମ୍ରାନଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଅନୁରୋଧ କରିଥିଲା। ହେଲେ ତେବେ ଦୁର୍ନୀତି ନିବାରଣ ଅଦାଲତ ୮ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button