Sat. Jul 20th, 2019

ବିଅରରେ ଭଲ ହୋଇଥାଏ ଏହି ରୋଗ

{ Drx. Gyana Ranjan Swain } କେତେକ ଲୋକମାନେ ଏଭଳି ଥାନ୍ତି କି ବିଅରକୁ ମଦ ବୋଲି ଭାବିଥାନ୍ତି । ସେମାନଙ୍କ ମନରେ ବିଅର ପ୍ରତି ଭିନ୍ନ ଭିନ୍ନ ପ୍ରକାରର ଭ୍ରମ ଗୁଡ଼ିକ ଥାଏ, କିନ୍ତୁ ସତ୍ୟତା ଏହା ଯେ ବିଅର ସେତେ ବି ଖରାପ ନୁହେଁ ଯେତେ ସାଧାରଣ ଲୋକେ ଭବିଥାନ୍ତି ଭାବିଥାନ୍ତି । କେତେକ ମାମଲାରେ ଏହା ଶରୀର ପାଇଁ ଫାଇଦା ହୋଇଥାଏ । ଏହା କେବଳ ମଦ ନୁହେଁ ବରଂ ଏକ ଔଷଧ ରୂପେ କାମ କରିଥାଏ । ବିଅରକୁ ସନ୍ତୁଳିତ ମାତ୍ରାରେ ପିଇଲେ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇ ନ ଥାଏ । କିନ୍ତୁ ଆପଣଙ୍କୁ କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଅଛି, ତେବେ ଆପଣଙ୍କୁ ବିଅର ସହିତ ଅନ୍ୟ କୌଣସି ମଦ ପିଇବା ଉଚିତ ନୁହେଁ ।

ଲମ୍ବା ଆୟୁଷ ହେବ :

ବିଅର ସନ୍ତୁଳିତ ମାତ୍ରାରେ ପିଇଲେ ତାହା ଦେହ ପାଇଁ ଲାଭଦାୟକ ହୋଇପାରେ କିନ୍ତୁ ଅଧିକ ମାତ୍ରାରେ ପିଇଲେ ଆପଣଙ୍କୁ କ୍ୟାନ୍ସର ଭଳି ଭୟାନକ ବେମାର ହୋଇପାରେ । କେତେକ ଅନୁସନ୍ଧାନକାରିଙ୍କ ଅନୁସାରେ ବିଅରକୁ ସନ୍ତୁଳିତ ମାତ୍ରାରେ ପିଉଥିବା ଲୋକ, ଅଧିକ ବିଅର ପିଉଥିବା ଲୋକ ନ ପିଉଥିବା ଲୋକଙ୍କ ଅପେକ୍ଷା ଅଧିକ ଦିନ ବଞ୍ଚିଥାନ୍ତି ।

ବିଅର ସନ୍ତୁଳିତ ମାତ୍ରାରେ ପିଇବା ପାଇଁ ଉପଯୁକ୍ତ ଅଟେ । ଏଥିରେ ଏଲକୋହଲ୍ ର ପରିମାଣ ୱାଇନ୍ ଓ ବିସ୍କି ଅପେକ୍ଷାରେ ବହୁତ କମ୍ ଥାଏ । କେତେକ ଲୋକ ମାନିଥାନ୍ତି କି ବିଅର ମଧ୍ୟ ଅନ୍ୟ ପେୟଜଳ ଭଳି ପ୍ରିଜର ୱେଟିୱ୍ ମିଶାଇଥାନ୍ତି । କିନ୍ତୁ ସତ୍ୟତା ତ ଏହା ଅଟେ କି ବିଅର କମଳା ଜୁସ୍ ଭଳି ହିଁ ପ୍ରାକୃତିକ ଅଟେ । ବିଅରକୁ ପ୍ରିଜରୱେଟିୱ୍ ର ଆବଶ୍ୟକତା ହିଁ ହୋଇନଥାଏ । କାରଣ ଏଥିରେ ଏଲକୋହଲ୍ ଓ ହୋପ୍ସ ଥାଏ । ଏ ଦୁହେଁ ପ୍ରାକୃତିକ ପ୍ରିଜରୱେଟିୱ୍ ଅଟନ୍ତି । ବିଅର ପ୍ରସ୍ତୁତ କରିବା ପ୍ରକ୍ରିୟା ବ୍ରେଡ଼ ବଳି ହିଁ ହୋଇଥାଏ ।

କଲେଷ୍ଟ୍ରୋଲ ସ୍ତରକୁ କମେଇଥାଏ :

ସନ୍ତୁଳିତ ମାତ୍ରାରେ ବିଅର ପିଇଲେ ଭଲ ଓ ଖରାପ କଲେଷ୍ଟ୍ରୋଲର ସ୍ତର ସନ୍ତୁଳିତ ହୋଇ ରହିଥାଏ । ବିଅର କଲେଷ୍ଟ୍ରୋଲ ସ୍ତରକୁ ବଢାଇ ଥାଏ । ଅନୁସନ୍ଧାନକାରିଙ୍କ ଅନୁସାରେ ପ୍ରତ୍ୟେକ ଦିନ ବିଅର ପିଇଲେ କଲେଷ୍ଟ୍ରୋଲ ସ୍ତର ଭଲ ବଢିଥାଏ ।

ଭିଟାମିନ୍-B ଭରପୁର ଥାଏ :

ବିଅର ଖାସ୍ କରି ଲାଇଟ୍ ବିଅରରେ ବହୁତ ଅଧିକ ପୌଷ୍ଟିକ ଥାଏ । ଏଥିରେ ଫଳିକ୍ ଏସିଡ ଥାଏ, ଯାହାକି ହାର୍ଟଆଟାକ୍ ଠାରୁ ରକ୍ଷା କରିବା ପାଇଁ ସହାୟତା ହୋଇଥାଏ । ଏଥିରେ ଦ୍ରବଣୀୟ ଫାଇବର ଥାଏ, ଯାହାକି କାମ କରିବା ପାଇଁ ପର୍ଯ୍ୟାପ୍ତ ଶକ୍ତି ଦେଇଥାଏ । ଏହା ଛଡ଼ା ଶରୀରରେ ଥିବା ମଇଳା ତତ୍ୱକୁ ବାହାର କରିଦିଏ । ଶରୀରରେ ମ୍ୟାଗ୍ନେସିୟମ୍ ଓ ପୋଟାସିଅମ୍ ର ସ୍ତରକୁ ବଢାଇବାରେ ସହାୟତା କରିଥାଏ

ହାର୍ଟଆଟାକ୍

ଯଦି ଆପଣଙ୍କୁ ଭିଟାମିନ ଦ୍ୱାରା ଅଧିକ ଲାଭ ଦରକାର ଅଛି, ତେବେ ଆପଣଙ୍କୁ ବିଅରର ସେବନ କରିବାର ଅଛି । ରେଡ୍ ୱାଇନ୍ ଅପେକ୍ଷା ଡ଼ାର୍କ ବିଅରରେ ଅଧିକ ମାତ୍ରାରେ ଆଣ୍ଟି-ଅକ୍ସିଡେଣ୍ଟ ଥାଏ । ଆମେରିକାନ୍ ହାର୍ଟ ଏସୋସିଏସନ୍ ଅନୁସାରେ, ଏହି କଥାର କିଛି ପ୍ରମାଣ ନାହିଁ କି ୱାଇନ୍ ଅପେକ୍ଷା ଅନ୍ୟ ଏଲକୋହଲିକ୍ ପରି ପିଇବା ପଦାର୍ଥ ଅଧିକ ଫାଇଦା ଅଟେ । ବ୍ରିଟିସ୍ ମେଡ଼ିକାଲ ଜର୍ଣ୍ଣାଲର ୧୯୯୧ରେ ଛପା ହୋଇଥିବା ଏକ ରିପୋର୍ଟ ଅନୁଯାୟୀ ପ୍ରତ୍ୟେକ ଦିନ ତିନୋଟି ଡ୍ରିଙ୍କ ପିଇବା ହୃଦୟ ସମ୍ବନ୍ଧୀୟ ହେଉଥିବା ରୋଗର ବିପଦ ଶତକଡା ୨୪.୭ ପ୍ରତିଶତ ପର୍ଯ୍ୟନ୍ତ କମ୍ କରିପାରିବ

କ୍ୟାନସର :

ବିଅରରେ ଏତେ ଭଲ ଗୁଣ ଅଛି ଯେ, ତାହା କ୍ୟାନ୍ସର ସହ ଲଢ଼ିବାରେ ସହାୟତା ହୋଇଥାଏ । ବିଅର ତିଆରି କରିବା ପାଇଁ ବ୍ୟବହାର ହେଉଥିବା ଗଛ ହୋପ୍ସରେ ଏକ୍ସନଥମୁହଲ୍ ପାଇଥାଉ, ଯାହାକି କ୍ୟାନ୍ସର ସହ ଲଢ଼ିବା ପାଇଁ ସହାୟତା ହୋଇଥାଏ । ଏହି ଆଣ୍ଟି-ଅକ୍ସିଡେଣ୍ଟ କେବଳ ବିଅରରେ ହିଁ ପାଇଥାଉ । ଏହା ଏତେ ଭଲ ଅଟେ କି ଜର୍ମାନୀ ଏହାର ସ୍ତର ବଢ଼େଇ ଗୋଟିଏ ଖାସ୍ ବିଅର ତିଆରି କରାଗଲା ।

ବିଅର ପିଇଲେ ପେଟ ବାହାରି ନଥାଏ :

ୟୁନିବେର୍ସିଟି ଅଫ୍ ଲଣ୍ଡନ ଓ ଇଂଷ୍ଟିଟ୍ୟୁଟ୍ କ୍ଲିନିକ୍ ୨୦୦୩ରେ କରାଯାଇଥିବା ଗୋଟିଏ ପ୍ରୋଗ୍ରାମରେ ଏହି କଥା ସାମ୍ନାକୁ ଆସିଲା କି ପେଟ ବାହାରିବା ଓ ବିଅର ପିଇବାର କିଛି ସମ୍ବନ୍ଧ ନାହିଁ । ସାଧାରଣ ରୂପେ କହିଥାନ୍ତି କି ବିଅର ପିଇବା ଲୋକ, ବିଅର ନ ପିଇବା ଲୋକଙ୍କ ଠାରୁ ଅଧିକ ମୋଟା ହୋଇଥାନ୍ତି । କିନ୍ତୁ ଅନୁସନ୍ଧାନ ପରେ କଣାପଡ଼ିଲା କି ବିଅର ଓ ମୋଟାପଣ ସହ କିଛି ସମ୍ବନ୍ଧ ଅଛି ଯଦି ତାହା ବହୁତ ମାମୁଲି ଅଟେ । କିନ୍ତୁ କେତେକ ଅନୁସନ୍ଧାନଙ୍କ ଅନୁସାରେ ବିଅର ପିଇଲେ ପେଟ କମି ଥାଏ ଓ ବିଅର ନ ପିଉଥିବା ଲୋକଙ୍କ ଅପେକ୍ଷା ଓଜନ ବହୁତ କମ ଥାଏ ।

ବୃକକ୍ ରେ ପଥର ହେବା ଠାରୁ ରକ୍ଷା କରିଥାଏ :

ଆମେରିକାରେ ହୋଇଥିବା ଏକ ଅନୁସନ୍ଧାନ ଅନୁସାରେ ବିଅର ପିଇଲେ ବୃକକ୍ ରେ ପଥର ହେବାର ସମ୍ଭାବନା କମିଯାଇଥାଏ । ଅନୁସନ୍ଧାନ କରିବା ପରେ ଏହି କଥା ସାମ୍ନାକୁ ଆସିଲା କି ବିଅର ପିଉଥିବା ଶତକଡା ୪୦ ପ୍ରତିଶତ ଲୋକଙ୍କର ବୃକକ୍ ରେ ପଥର ହେବା ସେହି ଲୋକଙ୍କ ତୁଳନାରେ ବହୁତ କମ୍ ହୋଇଥାଏ, ଯେଉଁମାନେ ବିଅର ପିଅନ୍ତି ନାହିଁ ।

ହାଡ଼କୁ କରିଥାଏ ମଜବୁତ :

ଯଦି ଆପଣ ହାଡ଼କୁ ମଜବୁତ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ବିଅର ସେବନ କରିବାର ଅଛି । ବିଅରରେ ପାଉଥିବା ସିଲିକନ୍, ହାଡ଼ ମାନଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଭିନ୍ନ-ଭିନ୍ନ ବିଅରରେ ଏହା ଭିନ୍ନ ଭିନ୍ନ ମାତ୍ରାରେ ପାଇଥାଉ । ଲାଇଟ୍ ବିଅରରେ ସିଲିକନ୍ ର ମାତ୍ର ବହୁତ କମ ଥାଏ ।

କ୍ୟାଲରିର ମାତ୍ର କମ୍ ଥାଏ :

ବିଅରରେ କ୍ୟାଲରି ବହୁତ କମ୍ ଥାଏ । କାର୍ବହାଇଡ୍ରେଡ଼ କମ୍ ମାତ୍ରାରେ ଥାଏ । କଲେଷ୍ଟ୍ରୋଲ ବିଲକୁଲ୍ ନ ଥାଏ । ପାଖାପାଖି ୧୨ ଆଉଁସ ବିଅରରେ ୧୫୬ କ୍ୟାଲରି, ୧୪ ମିଲିଗ୍ରାମ ସୋଡିଅମ୍, ୧୨.୬ କାର୍ବହାଇଡ୍ରେଡ଼ ଓ ୧ ପ୍ରତିଶତ କ୍ୟାଲସିଅମ୍ ପାଇଥାଉ ।

Leave a Reply

Your email address will not be published. Required fields are marked *