ଜୁନ୍ ୨୨ରେ ପ୍ରଧାନମନ୍ତ୍ରୀ ଆମେରିକା ଯିବେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମାସରେ ଆମେରିକା ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ କାଳରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟି ଆଲୋଚନା କରିବେ ବୋଲି ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି।

ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ଜୁନ ୨୨ ତାରିଖରେ ବାଇଡେନ ଓ ଆମେରିକାର ପ୍ରଥମ ମହିଳାଙ୍କ ସହ ରାତ୍ରୀ ଭୋଜନ କରିବେ। ବୃହତ୍ତ ଗଣତାନ୍ତ୍ରିକ ଦେଶର ଦୁଇ ନେତାଙ୍କ ଭେଟଘାଟକୁ ନେଇ ବିଶ୍ୱସ୍ତରରେ ଆଲୋଚନା ହେଉଛି। ଚୀନ ସହ ବିବାଦ ଯୋଗୁ ଭାରତ ଓ ଆମେରିକା ସମ୍ପର୍କ ଦିନକୁ ଦିନ ସୁଦୃଢ ହେଉଥିବା ବେଳେ ପ୍ରଶାନ୍ତ ମହାସାଗରରେ ଚୀନ ମନମାନୀ ଉପରେ ରୋକ ଲଗାଇବାକୁ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବ ବୋଲି ସୂଚନା ମଳିଛି।

Leave a Reply

Your email address will not be published. Required fields are marked *

Back to top button