Sat. Jul 20th, 2019

‘ବଟଲ୍ କ୍ୟାପ୍ ଚାଲେଞ୍ଜ’ ପ୍ରେମରେ ଭଗବାନ କୃଷ୍ଣ

ନୂଆଦିଲ୍ଲୀ : ଏବେ ଯାହାକୁ ଦେଖ ସେ ଅଲଗା ଅଲଗା ଷ୍ଟାଇଲରେ ବଟଲ କ୍ୟାପ୍ ଚାଲେଞ୍ଜ ଆକସେପ୍ଟ କରିଦେଉଛନ୍ତି । ଭିନ୍ନ ଢଙ୍ଗରେ ବୋତଲର ଠିପି ଖୋଲିବାରେ ସମସ୍ତେ ବ୍ୟସ୍ତ । ଖାଲି ଖୋଲିବାରେ ନୁହେଁ, ତାକୁ ସୋସିଆଲ ମିଡିଆରେ ସେୟାର କରିବାରେ ବି ବିଳମ୍ବ ହେଉନି । ହଲିଉଡରୁ ଆରମ୍ଭ ହୋଇଥିବା ଏହି ଚାଲେଞ୍ଜକୁ ଭାରତରେ ପ୍ରଥମେ ଆରମ୍ଭ କରିଥିଲେ ବଲିଉଡ ଷ୍ଟାର୍ ଅକ୍ଷୟ କୁମାର । ଏବେ ସବୁ ସେଲିବ୍ରିଟି ଏହାକୁ ପୂରା କରିବାରେ ଲାଗିପଡିଛନ୍ତି । ଏବେ ଶେଷରେ ଭଗବାନ କୃଷ୍ଣ ମଧ୍ୟ ଏହି ବୋଟଲ କ୍ୟାପ୍ ଚାଲେଞ୍ଜ ଗ୍ରହଣ କରିଛନ୍ତି । କ୍ୟାପ ଖୋଲୁଥିବା ଭଗବାନ ଜଣକ ଏକ ଆକ୍ଟର । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏକ ଫେମସ ଟିଭି ସିରିୟଲରେ କାହ୍ନା ଭୂମିକାରେ ଅଭିନୟ କରୁଥିବା ସୁମେଧ ବାସୁଦେବ ମୁଦଗଲକର ଅଜବ ଅନ୍ଦାଜରେ ବୋଟଲ କ୍ୟାପ୍ ଚାଲେଞ୍ଜ ପୂରା କରିଛନ୍ତି । ଏହି ଅନସ୍କ୍ରିନ୍ କାହ୍ନା ନିଜ ଛିଟକିଣ୍(ଖଡା ବାଟୁଳି) ମାଧ୍ଯମରେ ଏହି ଚାଲେଞ୍ଜ ପୂରା କରିଛନ୍ତି । ଖାସ୍ କଥା ହେଉଛି ଏଥିରେ ଫୁଲକୁ ଅସ୍ତ୍ର କରାଯାଇଛି । ଏହି ଭିଡିଓକୁ ସୁମେଧ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *