ପାକିସ୍ତାନ ଜଳୁଛି କାହାରି ଘର ବର୍ତ୍ତିବନି : ମରିୟମ୍

ଇସଲାମାବାଦ : ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଗିରଫଦାରୀକୁ ବେଆଇନ ଘୋଷଣା ଓ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ପାକ୍ ସୁପ୍ରିମ୍ କୋର୍ଟ। ଏଥିପାଇଁ ପାକିସ୍ତାନ ସୂଚନା ପ୍ରସାରଣ ମନ୍ତ୍ରୀ ମରିୟମ୍ ଔରଙ୍ଗଜେଭ୍ ମୁଖ୍ୟ ବିଚାରପତିଙ୍କ ଉପରେ ବର୍ଷିଛନ୍ତି।

ପାକିସ୍ତାନ ମନ୍ତ୍ରୀ ମରିୟମ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଆଜି ପାକିସ୍ତାନ ଜଳୁଛି, ଆଗକୁ ଯଦି କେହି ବିଚାରପତିଙ୍କ ଘରେ ପଶି ନିଆଁ ଲଗାଇ ଦିଅନ୍ତି… ତେଣୁ ତୁମେ ନିଷ୍ପତ୍ତି ନିଅ କାହାର ଘର ରହିବ ନାହିଁ। ସେ ପୁଣି କହିଛନ୍ତି କାହାରି ଘର ବର୍ତ୍ତିବ ନାହିଁ। ନେତାମନ୍ତ୍ରୀଙ୍କ ଘର ସମେତ ଆମ୍ବୁଲାନ୍ସ, ମସଜିଦ୍, ସ୍କୁଲ କଲେଜରେ ନିଆଁ ଲାଗିଛି । ଗଣମାଧ୍ୟମ ଅଫିସ ମଧ୍ୟ ବାଦ ପଡିନି। ଦେଶ ନାଁରେ ଦୁର୍ନୀତିକରି ଦୋଷୀ ମୁକ୍ତି ପାଉଛନ୍ତି। ଯଦି କୋର୍ଟ ଦୋଷୀକୁ ଦଣ୍ଡ ଦେଇଥାନ୍ତେ ତାହାଲେ ଆଜି ଏଭଳି ପରିସ୍ଥିତ ସୃଷ୍ଟି ହୋଇନଥାନ୍ତା ବୋଲି ମରିୟମ୍ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button