ଲାଞ୍ଚ ମାମଲା : ପୂର୍ବତନ କନିଷ୍ଠ କିରାଣିଙ୍କୁ ୩ ବର୍ଷ ଜେଲ୍

ଭୁବନେଶ୍ଵର : ଅନୁଗୁଳ ତହସିଲର ପୂର୍ବତନ କନିଷ୍ଠ କିରାଣି ପଙ୍କଜିନୀ ବିଶ୍ଵାଳଙ୍କୁ ଲାଞ୍ଚ ନେବା ମାମଲାରେ ୩ ବର୍ଷ ଜେଲ ସହିତ ୫ ହଜାର ଟଙ୍କା ଜରିମାନା ହୋଇଛି।

ଖବର ଅନୁଯାୟୀ ଦୁଇଟି ଜମିପଟ୍ଟା ମ୍ୟୁଟେସନ୍ ଫାଇଲ ପ୍ରକ୍ରିୟାକରଣ ପାଇଁ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେଇଥିଲେ। ଲାଞ୍ଚ ମାଗିବା ଓ ଗ୍ରହଣ କରିବା ପାଇଁ ପୂର୍ବତନ କନିଷ୍ଠ କିରାଣି ପଙ୍କଜିନୀ ବିଶ୍ଵାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବିଚାରପତି ତାଙ୍କୁ ୩ ବର୍ଷ କାରାଦଣ୍ଡ ସହିତ୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ନ ଦେଲେ ଦୁଇମାସ ଲାଗି ଅଧିକ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button