କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା : କଂଗ୍ରେସ ବିଧାୟକଦଳ ବୈଠକ ରବିବାର

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ଘଟିଛି। ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଶନିବାର ରାତିରେ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି।

ଖବର ଅନୁଯାୟୀ ରବିବାର କଂଗ୍ରେସର ନବନିର୍ବାଚିତ ବିଧାୟକଙ୍କ ବୈଠକ ବସିବ। ଅପରାହ୍ନ ସାଢ଼େ ୫ଟାରେ ବସିବାକୁ ଥିବା ଏହି ବୈଠକରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ଚର୍ଚ୍ଚା ହେଉଛି ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ପଦ ପାଇଁ ସର୍ବୋଚ୍ଚ ଦାବିଦାର। ତାଙ୍କର ତିନିଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ରାଜ୍ୟର ଜଣେ ଉପମୁଖ୍ୟମନ୍ତ୍ରୀ ଲିଙ୍ଗାୟତ ସମ୍ପ୍ରଦାୟର ହେବେ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଶନିବାର ସଂଧ୍ୟାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ଘରେ କଂଗ୍ରେସର ଏକ ଜରୁରୀ ବୈଠକ ବସିଥିଲା। ଏଥିରେ କଂଗ୍ରେସ ନେତା ସିଦ୍ଧରମୈୟା, ଡିକେ ଶିବକୁମାର, କେସି ବେଣୁଗୋପାଳ ଓ ରଣଦୀପ ସୁରଜେୱାଲା ଯୋଗ ଦେଇଥିଲେ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୩୭ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପିକୁ ମିଳିଛି ୬୫ଟି ଆସନ। ଜେଡିଏସ୍ ୧୯ଟି ଆସନରେ ବିଜୟୀ ହୋଇଛି । ଅନ୍ୟମାନଙ୍କୁ ୩ଟି ଆସନ ମିଳିଛି। ରାଜ୍ୟରେ ୩୮ ବର୍ଷ ହେଲା ଯେଉଁ ଚାଲିଥିଲା ତାହା ବଜାୟ ରହିଛି। କର୍ଣ୍ଣାଟକ ଭୋଟର କୌଣସି ସରକାରକୁ ଦୁଇଥର ପାଇଁ ରାଜ୍ୟ ଶାସନ କରିବାକୁ ସୁଯୋଗ ଦେଇନାହାନ୍ତି।

Leave a Reply

Your email address will not be published. Required fields are marked *

Back to top button