ସଲିମ ଓ ଆଇଏସ୍ଆଇ ଭାରତକୁ ପଠାଉଛନ୍ତି କୋଟି କୋଟି ଟଙ୍କାର ଡ୍ରଗ୍ସ

ନୂଆଦିଲ୍ଲୀ : ଗୋଟିଏ ବର୍ଷରେ ବିଭିନ୍ନ ଏଜେନ୍ସି ସହିତ ମିଶି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ୪୦ ହଜାର କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରିଛି। ଭାରତକୁ ସମୁଦ୍ରପଥ ଦେଇ ଏହି ଡ୍ରଗ୍ସ ଚାଲାଣ କରାଯାଉଥିଲା। ପାକିସ୍ତାନରେ ରହି ଡ୍ରଗ୍ସ ବ୍ୟବସାୟ କରୁଥିବା ହାଜି ସଲିମ ଏହାର ମାଷ୍ଟରମାଇଣ୍ଡ ବୋଲି ଭାରତୀୟ ଗୁଇନ୍ଦା ଏଜେନ୍ସିକୁ ସୂଚନା ମିଳିଛି।

ଖବର ଅନୁଯାୟୀ ଡ୍ରଗ୍ସ ଚୋରା ଚାଲାଣ ମାମଲାରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇ ଓ ଅଣ୍ଡରୱାର୍ଲ୍ଡର ହାତ ରହିଛି। ନିକଟରେ ଜବତ ହୋଇଥିବା ଡ୍ରଗ୍ସ ହାଜି ସଲିମ ନାମକ ଜଣେ ବ୍ୟକ୍ତି ଭାରତକୁ ପଠାଇଥିବା ଜଣାପଡିଛି। ‘ଅପରେସନ ସମୁଦ୍ରଗୁପ୍ତ’ ଦ୍ଵାରା ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇର ମୁଖା ଖୋଲିଯାଇଛି। ହାଜି ସଲିମ ପଠାଉଥିବା ଡ୍ରଗ୍ସଗୁଡ଼ିକ ସମୁଦ୍ର ମାର୍ଗ ଦେଇ ଭାରତର ବିଭିନ୍ନ ବନ୍ଦରକୁ ଆସୁଛି। ଆଇଏସଆଇ ତିଆରି କରିଥିବା ଏହି ନୂଆ ଦାଉଦ (ହାଜି ସଲିମ) ବର୍ତ୍ତମାନ ଭାରତୀୟ ଗୁଇନ୍ଦା ଏଜେନ୍ସିର ରାଡାରରେ ରହିଛି।

ସେହିପରି ଭାରତୀୟ ନୌବାହିନୀ ଓ ଏନ୍‌ସିବିର ମିଳିତ ଚଢ଼ଉରେ କେରଳ ଉପକୂଳର ଜାହାଜରୁ ୧୨,୦୦୦ କୋଟି ଟଙ୍କା ମୂଲ୍ୟର ପ୍ରାୟ ୨,୫୦୦ କିଲୋଗ୍ରାମ୍ ମେଥାମ୍ଫେଟାମାଇନ୍ (ଡ୍ରଗ୍) ଜବତ କରାଯାଇଥିବା ଶନିବାର ଏନ୍‌ସିବି ପକ୍ଷରୁ କୁହାଯାଇଛି। ଜଣେ ପାକିସ୍ତାନୀ ନାଗରିକକୁ ମଧ୍ୟ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button