ଦାବି ପୂରଣ ନହେଲେ ଆନ୍ଦୋଳନ : ଗେହଲଟ୍ ସରକାରକୁ ଚେତାବନୀ ଦେଲେ ପାଇଲଟ

ଜୟପୁର : ଚଳିତମାସ ଶେଷ ସୁଦ୍ଧା ଦାବି ପୂରଣ ନହେଲେ ଯୁବବର୍ଗଙ୍କ ପାଇଁ ସାରା ରାଜ୍ୟରେ ଆନ୍ଦୋଳନ। ପରୋକ୍ଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଏହି ଚେତାବନୀ ଦେଇଛନ୍ତି ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍।

ଖବର ଅନୁଯାୟୀ ସୋମବାର ଥିଲା କଂଗ୍ରେସ ନେତା ସଚିନ ପାଇଲଟଙ୍କ ଜନ ସଂଘର୍ଷ ଯାତ୍ରାର ଶେଷଦିନ। ଏହି ସମୟରେ ଶ୍ରୀ ପାଇଲଟ କହିଛନ୍ତି ମୋ କାମ କରିବାର ତରିକା ଓ ନିଷ୍ଠା ଉପରେ ମୋ ବିରୋଧୀ ଆଙ୍ଗୁଠି ଉଠାଇପାରିବେ ନାହିଁ। ମୁଁ କୌଣସି ପଦରେ ରହେ କିମ୍ବା ନରହେ ଅନ୍ତିମ ନିଶ୍ୱାସ ପର୍ଯ୍ୟନ୍ତ ରାଜସ୍ଥାନ ଜନତାଙ୍କ ସେବା କରିବି। ଲୋକଙ୍କ ସହ ପଦଯାତ୍ରାରେ ବାହାରିବି। ସେ ଏହି ଚେତାବନୀ ଦେଇଥିବା ବେଳେ କାହା ଉପରେ ଆରୋପ ଲଗାଇନାହାଁନ୍ତି। ଆଉ କହିଛନ୍ତି ଆପଣ ମୋତେ ଗାଳି ଦେଇପାରନ୍ତି, ହେଲେ ଜନତା ହିଁ ଜନାର୍ଦ୍ଦନ। ସେମାନେ ହି ସବୁ ଘଟଣାର ବିଚାର କରିବେ।

ସଚିନ କହିଛନ୍ତି ଆମର ସଂଘର୍ଷ କୌଣସି ନେତା ବିରୁଦ୍ଧରେ ନୁହେଁ। ଏହି ବିରୋଧ ଭ୍ରଷ୍ଟାଚାର ବିରୋଧରେ। ରାଜସ୍ଥାନରେ ଯେତେବେଳେ ଆମ ସରକାର ହଟିଥିଲା ସେତେବେଳେ ଆମ ପାଖରେ ବହୁତ କମ ସିଟ୍ ଥିଲା। ଏପରି ସମୟରେ ମୋତେ କଂଗ୍ରେସର ଅଧ୍ୟକ୍ଷ କରାଯାଇଥିଲା। ଆଗାମୀ ୫ ବର୍ଷ ଆମେ ସାଥୀହେଇ କାମ କରିଥିିଲୁ। ବସୁନ୍ଧରା ରାଜେଙ୍କ ଶାସନରେ ହୋଇଥିବା ଭ୍ରଷ୍ଟାଚାର ବିରୋଧରେ ଲଢିଥିଲୁ। ହେଲେ ଏବେ ଆମ ସରକାର ଉପରେ ଏପରି ଆରୋପ ଲାଗିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି।

Leave a Reply

Your email address will not be published. Required fields are marked *

Back to top button