ଜୁନ ୪ରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ

ନୂଆଦିଲ୍ଲୀ : ଆସନ୍ତା ଜୁନ ୪ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ। ଭାରତୀୟ ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି। ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ଵାଭାବିକ ଭାବେ ଜୁନ ୧ରେ କେରଳ ଛୁଇଁଥାଏ। ଏହାର ୭-୮ ଦିନ ପରେ ଓଡ଼ିଶାରେ ପହଞ୍ଚେ। କିନ୍ତୁ ଚଳିତବର୍ଷ ସାମାନ୍ୟ ବିଳମ୍ବରେ କେରଳ ଛୁଇଁବାର ସମ୍ଭାବନା ରହିଛି।

ପୂର୍ବ ରିପୋର୍ଟ ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୌସୁମୀ ଆସନ୍ତା ୨୦ ତାରିଖରେ ଆଣ୍ଡାମାନ ଛୁଇଁବା ସହିତ ୨୨ ତାରିଖ ସୁଦ୍ଧା ସମଗ୍ର ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜକୁ ଆବୃତ କରିବ। ମାଡାଗାସ୍କର ନିକଟରେ ମାସକ୍ରେନାସ ହାଇ ନାମକ ଗୁରୁଚାପ କ୍ଷେତ୍ର ସୃଷ୍ଟି ସହ ମୌସୁମୀ ବାୟୁ ସୃଷ୍ଟି ହେବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Leave a Reply

Your email address will not be published. Required fields are marked *

Back to top button