ପଶ୍ଚିମବଙ୍ଗ ବାଣ କାରଖାନାରେ ବିସ୍ଫୋରଣ, ୭ ମୃତ

କୋଲକାତା : ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ଏଗ୍ରାରେ ଆଜି ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ଘଟିବାରୁ ୭ ଜଣଙ୍କ ଜୀବନ ଯାଇଛି। ଆଉ କିଛି ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣରେ କାରଖାନା ଚାଲୁଥିବା ଘର ଭୁଶୁଡ଼ି ପଡ଼ିଥିବା ବୋଲି ସୂଚନା ମିଳିଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୃତବ୍ୟକ୍ତିଙ୍କ ପରିବାରକୁ ଅଢେଇ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ରାଜ୍ୟ ସିଆଇଡି ବିସ୍ଫୋରଣର ତଦନ୍ତ କରିବ। ସେ କହିଛନ୍ତି କାରଖାନାଟି ଓଡ଼ିଶା ସୀମା ନିକଟରେ ଅବସ୍ଥିତ। ପୂର୍ବରୁ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ତା’ ବିରୋଧରେ ଚାର୍ଜସିଟ୍ ଥିଲା। ପରେ ତାକୁ ଜାମିନ ମିଳିବା ପରେ ପୁଣି ବେଆଇନ ଭାବେ ବ୍ୟବସାୟ ଆରମ୍ଭ କରିଥିଲା। ଆଜିର ବିସ୍ଫୋରଣ ପରେ ସେ ଓଡ଼ିଶା ଫେରାର ହୋଇଯାଇଛି ବୋଲି ମମତା ବାନାର୍ଜୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button