Sat. Jul 20th, 2019

ଉଲଗ୍ନ ହେବା ବେଳେ ସେଟ୍’ରେ ୧୫ ଜଣ କ୍ରୁ ଥିଲେ : ଅଭିନେତ୍ରୀ ଆମଲା

ମୁମ୍ବାଇ : ତାମିଲ ଫିଲ୍ମ ଅଦାଇର ଟିଜର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଚର୍ଚ୍ଚାର କାରଣ ହେଉଛି ଫିଲ୍ମରେ ଅଭିନେତ୍ରୀ ଆମଲା ପଲଙ୍କ ନ୍ଯୁଡ୍ ସିନ୍ । ଏହି ୧.୩୬ ମିନିଟର ଟିଜରରେ ପ୍ରାୟ ୧୦ ସେକେଣ୍ଡର ନ୍ଯୁଡ୍ ସିନରେ ନଜର ଆସୁଥିବା ଆମାଲାଙ୍କ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ ଏମିତି ଅନେକ ଲୋକ ମିଳିଯିବେ ଯେଉଁମାନେ ଫିଲ୍ମ ଦେଖିବା ପୂର୍ବରୁ ଫିଲ୍ମକୁ ନେଇ ଚର୍ଚ୍ଚା କରିବେ ।

ଆମାଲା କହିଛନ୍ତି ଯେ ଏହା ଏକ ସତ୍ଯ ଫିଲ୍ମ । ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରଥମେ ଉଲଗ୍ନ ସିନକୁ ନେଇ ସେ ଚିନ୍ତିତ ଥିଲେ । ସେ ସେଟରେ ପହଞ୍ଚିବା ପରେ ଚିନ୍ତିତ ହୋଇପଡୁଥିଲେ । ସେ ଏହା ଜାଣିବା ପାଇଁ ଚେଷ୍ଟା କରୁଥିଲେ ଯେ କିଏ କିଏ ଆସୁଛନ୍ତି, କିଏ କିଏ ଯାଉଛନ୍ତି, ସେଠାରେ କଣ ବ୍ୟବସ୍ଥା ଅଛି ଇତ୍ୟାଦି । ସେ କହିଛନ୍ତି ଯେ ମୁଁ ଯେତେବେଳେ ଉଲଗ୍ନ ହେଲି ସେତେବେଳେ ସେଟରେ କେବଳ ୧୫ ଜଣ ଥିଲେ । ଯଦି ସେ କ୍ରୁ ମେମ୍ବରଙ୍କ ଉପରେ ଭରସା କରିନଥାନ୍ତେ ତେବେ ସେ ଏହି ସିନ୍ କରିପାରିନଥାନ୍ତେ ।

କହିରଖୁଛୁ ଫିଲ୍ମ-ନିର୍ମାତା ରତ୍ନାକୁମାର ଏଥିପାଇଁ ବହୁତ ପ୍ରସ୍ତୁତି କରିଛନ୍ତି । ଅମାଲା ଏହି ଫିଲ୍ମରେ ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଫିଲ୍ମର ପ୍ରଥମ ଲୁକ୍ ଗତ ବର୍ଷ ଜାରି କରାଯାଇଥିଲା । କହିରଖୁଛୁ ଫିଲ୍ମ ୧୯ ଜୁଲାଇରେ ରିଲିଜ ହେବ ।

Leave a Reply

Your email address will not be published. Required fields are marked *