ବିଜେଡି ନେତାମାନଙ୍କ ନାଁରେ ନାରୀ ନିର୍ଯାତନା ତାଲିକା ଲମ୍ବା : ବିଜେପି

ଭୁବନେଶ୍ଵର : କୌଣସି ରାଜନୈତିକ ଦଳରେ ମହିଳାମାନଙ୍କୁ ଅତ୍ୟାଚାର, ଅସମ୍ମାନ ଓ ଅସଦାଚରଣ କରୁଥିବା ନେତାଙ୍କ ସଂଖ୍ୟା ଅଧିକ ଥାଏ, ସେ ଦଳ ହେଉଛି ବିଜେଡି। ଏହି ଅଭିଯୋଗ ଆଣିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।

ଗଣମାଧ୍ୟମକୁ ଲେଖାଶ୍ରୀ କହିଛନ୍ତି ବିଜେଡି ନେତାଙ୍କ ନାଁରେ ନାରୀ ନିର୍ଯାତନା ଓ ଅସଦାଚାରଣର ଲମ୍ବା ତାଲିକା ରହିଛି। ମହିଳାମାନଙ୍କୁ ଅତ୍ୟାଚାର, ଅସମ୍ମାନ, ଅସଦାଚାରଣ କରୁଥିବା ବେଶୀ ସଂଖ୍ୟକ ନେତା ହେଉଛି ବିଜେଡିର। ଦୁଇଟି ଘଟଣା ଏହାର ଉଦାହରଣ। ବିଜେଡି ନେତାଙ୍କ ପରିବାର ସହ ଜଡ଼ିତ ଦୁଇ ଉଚ୍ଚଶିକ୍ଷିତା ମହିଳା ନିଜର କଷ୍ଟ ଓ ମନର ବ୍ୟଥାକୁ ଗଣମାଧ୍ୟମ ସମ୍ମୁଖରେ ରଖିଛନ୍ତି। ଗୋଟିଏ ପଟେ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଓ ଆଉ ଜଣେ ଶାସକ ଦଳର ସର୍ବୋଚ୍ଚ ନେତାଙ୍କର ସାଙ୍ଗଙ୍କ ପରିବାରର ଘଟଣା। ଏହା କଣ ମିଛ ? ତା’ ଉପରେ ବିଜେଡି ମୁଖପାତ୍ର ଉତ୍ତର ରଖିବେ ବୋଲି ଶ୍ରୀମତୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button