ଦୁଷ୍କର୍ମ ପରେ ପ୍ରାଇଭେଟ ପାର୍ଟରେ ଭର୍ତ୍ତି କରିଦେଲା ଲଙ୍କାଗୁଣ୍ଡ

ଗୁଜରାଟ : ସୁରତରେ ଏକ ଲଜ୍ଜାଜନକ ଓ ଜଘନ୍ୟକାଣ୍ଡ ଘଟିଛି। ଜଣେ ବ୍ୟକ୍ତି ଗର୍ଲଫ୍ରେଣ୍ଡକୁ ଦୁଷ୍କର୍ମ କରିବା ପରେ ପ୍ରାଇଭେଟ ପାର୍ଟରେ ଲଙ୍କାଗୁଣ୍ଡ ଭର୍ତ୍ତି କରିଦେବାରୁ ପୀଡ଼ିତା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଖବର ଅନୁଯାୟୀ ଏଭଳି ଘଟଣା ଘଟାଇଥିବା ବ୍ୟକ୍ତିଙ୍କ ନାଁ ନିକୁଞ୍ଜ କୁମାର ଅମ୍ରିତ ଭାଇ ପଟେଲ। ସେ ବିବାହିତ। କିନ୍ତୁ ପତ୍ନୀ ଅନ୍ୟତ୍ର ରହୁଛନ୍ତି। ଏକଥା କିନ୍ତୁ ପୀଡ଼ିତା ଜାଣିଥିଲେ ହେଁ ନିକୁଞ୍ଜ ପ୍ରେମରେ ଫସିଯାଇଥିଲେ। କିଛିଦିନ ନିକୁଞ୍ଜ ଓ ଯୁବତୀ ସମ୍ପର୍କରେ ରହିଥିଲେ। ନିକୁଞ୍ଜର ଅସଲ ଚରିତ୍ର ଜାଣିବା ପରେ ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ନିକୁଞ୍ଜ ଠାରୁ ଅଲଗା ହୋଇଯାଇଥିଲେ ଯୁବତୀ।

ନିକୁଞ୍ଜ ଏସବୁକୁ ଭୁଲି ନଥିଲା। ପ୍ରତିଶୋଧ ନେବାକୁ ଯୋଜନା କରି ଶେଷଥର ପାଇଁ ଯୁବତୀଙ୍କୁ ଦେଖା କରିବାକୁ ଡାକିଥିଲା। ଆଉ ଚାବୁକରେ ପ୍ରବଳ ପଟିବା ପରେ କରିଥିଲା ଦୁଷ୍କର୍ମ। ଏତିକିରେ ତା’ର ମନ ଶାନ୍ତ ହୋଇ ନଥିଲା। ଯୁବତୀଙ୍କ ପ୍ରାଇଭେଟ ପାର୍ଟରେ ଭର୍ତ୍ତି କରିଥିଲା ଲଙ୍କାଗୁଣ୍ଡ। ଏତେସବୁ ଘଟିଲା ପରେ ମଧ୍ୟ ପୀଡ଼ିତା ମୁହଁ ଖୋଲି ନଥିଲେ। ତାଙ୍କର କିଛି ବ୍ୟକ୍ତିଗତ ଫଟୋକୁ ନିକୁଞ୍ଜ ସୋସିଶାଲ ମିଡିଆରେ ଭାଇରାଲ କରିଦେବାର ଧମକ ଦେଇଥିଲା। କିନ୍ତୁ କଷ୍ଟ ଅସହ୍ୟ ହେବାରୁ ସେ ହସ୍ପିଟାଲ ଯାଇଥିଲେ। ଓଲପାଡ ଥାନାରେ ଏନେଇ ଅଭିଯୋଗ ହେବାରୁ ପୋଲିସ ମଙ୍ଗଳବାର ନିକୁଞ୍ଜକୁ ଗିରଫ କରି ଆଇପିସିର ଧାରା ୩୭୬ରେ ମାମଲା ରୁଜୁ କରିଛି।

Leave a Reply

Your email address will not be published. Required fields are marked *

Back to top button