ବସ୍-ଟ୍ରକ ଧକ୍କାରେ ୧୫ ଯାତ୍ରୀ ଆହତ

କେନ୍ଦୁଝର : ଘଟଗାଁ ଥାନା ଅନ୍ତର୍ଗତ ପୋଇଜାମୁଳା ଛକ ନିକଟରେ ଟ୍ରକ୍‌-ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କା ଯୋଗୁ ୧୫ଜଣ ଗୁରୁତର ଆହତ ହୋଇଛନ୍ତି।

ଖବର ଅନୁଯାୟୀ ମା’ ଦୁର୍ଗା ନାମକ ଏକ ଘରୋଇ ବସ୍‌ ୩୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଜପୁରରୁ କରଞ୍ଜିଆ ଆଭିମୁଖେ ଯାଉଥିଲା। ପୋଇଜାମୁଳାଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇ ଉଭୟ ଟ୍ରକ୍‌ ଓ ବସ୍‌ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଓ ଦମକଳ ଯୋଗେ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତ କରାଯାଇଛି। ଆହତମାନେ ହେଲେ ଉଦୟପୁରର କନକଲତା ବିଶ୍ୱାଳ, ବିରିଡିହାର ରବୀନ୍ଦ୍ର ସାହୁ, ଅର୍ଜୁନପଶିର ରାମଚନ୍ଦ୍ର ସାହୁ, ଉଦୟପୁରର ହାର୍ଦ୍ଦିକ ପାତ୍ର, ସଂହବିଲାର ଋଷି ଯାତ୍ରା), ଉଦୟପୁରର ମୁଡ଼ୁ ମୁଣ୍ଡା, ସିଂହବିଲାର ଦୀପୁ ନାଏକ, ଗୁଲାତି ପାତ୍ର, କେନ୍ଦ୍ରାପଡ଼ାର ସଞ୍ଜୟ ବାରିକ, ପୋଇଜାମୁଳାର ରଞ୍ଜନ ମୁଣ୍ଡା, ଉଦୟମପୁରର ହିମାଂଶୁ ନାଏକ, କୁଣ୍ଡଲା ବିଶ୍ୱାଳ, ଜାମୁଦାର ରବିନାରାୟଣ ନାଏକ, କଲରାଗଡ଼ିଆର ସରୋଜିନୀ ନାଏକ। ଗୁରୁତର ଆହତ ୧୦ଜଣଙ୍କୁ କେନ୍ଦୁଝର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button