କର୍ଣ୍ଣାଟକ : ସିଦ୍ଦରମେୟା ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡି.କେ. ଶିବକୁମାର

ବେଙ୍ଗାଲୁରୁ : କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ବିଶିଷ୍ଟ କଂଗ୍ରେସ ନେତା ସିଦ୍ଦରମେୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ପିସିସି ସଭାପତି ଡିକେ ଶିବକୁମାର ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଥାବରଚନ୍ଦ ଗେହଲଟ୍ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଖବର ଅନୁଯାୟୀ ଶନିବାର ବେଙ୍ଗାଲୁରୁର କାନ୍ତିରଭା ଷ୍ଟାଡିୟମରେ ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମର ଆୟୋଜନ ଆରାଯାଇଥିଲା। ଏଥିରେ ସିଦ୍ଦରମେୟା ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭେବେ ଡି.କେ. ଶିବକୁମାର ଶପଥ ନେଇଥିଲେ। ଏମାନଙ୍କ ବ୍ୟତୀତ ସିଦ୍ଦରମେୟାଙ୍କ କ୍ୟାବିନେଟରେ ଜି. ପରମେଶ୍ଵର, କେ. ଏଚ୍‌. ମନିୟାପ୍ପା, କେ. ଜେ. ଜର୍ଜ, ଏମ୍‌. ବି. ପାଟିଲ୍‌, ସତୀଶ ଜାର୍କିହୋଲି, ପ୍ରିୟାଙ୍କ ଖଡ଼ଗେ (କଂ‌ଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନଙ୍କ ପୁତ୍ର), ରାମଲିଙ୍ଗା ରେଡ୍ଡୀ ଓ ବି.ଜେ. ଜମୀର୍‌ ଅହମଦ୍‌ ଖାଁ ପ୍ରମୁଖ ସାମିଲ ହୋଇଛନ୍ତି।

ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ୍‌ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ତାମିଲ୍‌ନାଡୁର ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌, ଏନସିପି ମୁଖ୍ୟ ଶରଦ ପାୱାର, ‘ପିଡିପି’ ମୁଖ୍ୟ ମେହ୍‌ବୁବା ମୁଫ୍‌ତି, ଅଭିନେତା ତଥା ‘ଏମ୍‌ଏନ୍‌ଏମ୍‌’ର ମୁଖ୍ୟ କମଲ୍‌ ହସନ୍‌, ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବ, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍‌, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁକୱିନ୍ଦର୍‌ ସିଂହ ସୁଖୁ ଓ ସିପିଆଇ ନେତା ଡି.ରାଜା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button