ରାଜଧାନୀ ଭୁବନେଶ୍ଵରକୁ ଜଗିବ ଡ୍ରୋନ୍

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରକୁ ଜଗିବା ପାଇଁ ନୂଆ ବ୍ୟବସ୍ଥା ହୋଇଛି ନୂତନ। କମିଶନରେଟ ପୋଲିସ ପାଟ୍ରୋଲିଙ୍ଗ ପାଇଁ ପ୍ରସ୍ତୁତ କରିଛି ଡ୍ରୋନ୍। ଭୁବନେଶ୍ଵର ଡିସିପି ପ୍ରତୀକ ସିଂ କହିଛନ୍ତି ଏହି ସୂଚନା ଦେଇଛନ୍ତି।

ଡିସିପି ଶ୍ରୀ ସିଂ କହିଛନ୍ତି ପାଟ୍ରୋଲିଙ୍ଗ ପାଇଁ ପ୍ରସ୍ତୁତ ଡ୍ରୋନ୍ ହାଇ ଡେଫିନେସନ କ୍ଲାରିଟି ଥିବାରୁ ଏରିଏଲ ଭ୍ୟୁ ପାଇଁ ଏହାକୁ ବ୍ୟବହାର କରିବୁ। ମୁଖ୍ୟତଃ ଭିଆଇପି ପ୍ରୋଗ୍ରାମ, ଆସେମ୍ଲି ଓ ଲ’ ଆଣ୍ଡ ଅର୍ଡର, ହକି ଓ ଫୁଟବଲ ଇଭେଣ୍ଟ ପାଇଁ ଏହା ସହାୟକ ହେବ। ଏହାକୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ବ୍ୟବହାର କରାଯାଇ ପାରିବ। ଡ୍ରୋନ ପାଟ୍ରୋଲିଙ୍ଗ ଟ୍ରେନିଂ ପ୍ରୋଗ୍ରାମ ପାଇଁ ସଂସ୍ଥାର ଲୋକଙ୍କୁ ଡ଼କାଯିବ, ଯାହା ନାଇଟ ଭିଜନ ପ୍ରୁଫ ରହିଛି। ଏହି କ୍ୟାମେରା ୫୦୦ ମିଟର ଉଚ୍ଚତା ସମେତ ୫ କିଲୋମିଟର କଭର କରିବ।

Leave a Reply

Your email address will not be published. Required fields are marked *

Back to top button