କର୍ଣ୍ଣାଟକ ଫଳାଫଳ ସାରା ଦେଶରେ ପ୍ରତିଫଳିତ ହୋଇପାରେ : ପାୱାର

ମୁମ୍ବାଇ : ଦେଶରେ ସାମାଜିକ ଓ ସାମ୍ପ୍ରଦାୟିକ ବିଭାଜନକୁ ଉଦ୍ଦେଶ୍ୟମୂଳକ ଭାବେ ଉତ୍ତେଜିତ କରୁଥିବା ଶକ୍ତିମାନଙ୍କ ବିରୋଧରେ ଲଢ଼ିବା ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ। ଏହା କହିଛନ୍ତି ଏନସିପି ଅଧ୍ୟକ୍ଷ ଶରଦ ପାୱାର।

ରବିବାର ଶରଦ ପାୱାର ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ସେ କହିଛନ୍ତି କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ଦର୍ଶାଉଛି ପରିସ୍ଥିତି ଧୀରେ ଧୀରେ ବଦଳୁଛି। ଯଦି ଶ୍ରମିକ ବର୍ଗ ଏକଜୁଟ ରୁହନ୍ତି ତେବେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଯାହା ଦେଖିବାକୁ ମିଳିଥିଲା ତାହା ଦେଶର ଅନ୍ୟ ସ୍ଥାନରେ ପ୍ରତିଫଳିତ ହୋଇପାରିବ।

ସେ କହିଲେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଭାରତୀୟ ଜନତା ପାର୍ଟି (ବିଜେପି)କୁ ପରାସ୍ତ କରି ୫ ବର୍ଷର ବ୍ୟବଧାନ ପରେ କ୍ଷମତାକୁ ଫେରିଛି। ସେମାନେ କ୍ଷମତାକୁ ଲୋକଙ୍କ କଲ୍ୟାଣ ପାଇଁ ବ୍ୟବହାର କରୁନାହାନ୍ତି ବରଂ ବିଭାଜନ ସୃଷ୍ଟି କରୁଛନ୍ତି। ଏହି ଶକ୍ତିମାନଙ୍କ ବିରୋଧରେ ଲଢ଼ିବା ଚ୍ୟାଲେଞ୍ଜ। ନଚେତ୍ ସାଧାରଣ ଲୋକ ଭାଙ୍ଗି ପଡ଼ିବେ। ଅହମ୍ମଦନଗର ଏକ ପ୍ରଗତିଶୀଳ ଜିଲ୍ଲା ହୋଇଥିବା ସତ୍ତ୍ୱେ ନିକଟରେ ଶେଭଗାଓଁରେ ସାମାଜିକ ଉତ୍ତେଜନା ସୃଷ୍ଟି ହୋଇଥିଲା ବୋଲି ଶ୍ରୀ ପାୱାର କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button