ଟ୍ରକ୍‌ ଧକ୍କାରେ ବଙ୍ଗୀୟ ଅଭିନେତ୍ରୀଙ୍କ ମୃତ୍ୟୁ

କୋଲକାତା : ଟିଭି ଅଭିନେତ୍ରୀ ସୁଚନ୍ଦ୍ରା ଦାସଗୁପ୍ତଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗତକାଲି ରାତିରେ ସୁଟିଂ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ଅଭିନେତ୍ରୀ ସୁଚନ୍ଦ୍ରା ସୁଟିଂ ସାରି ଏକ ଆପ୍ ଆଧାରିତ ବାଇକ୍ ବୁକ୍ କରି ଘରକୁ ଫେରୁଥିଲେ। ବାରାନଗର ଥାନା ସମ୍ମୁଖରେ ଅଭିନେତ୍ରୀଙ୍କ ବାଇକକୁ ଟ୍ରକଟି ଧକ୍କା ଦେଇଥିଲା। ସ୍ଥାନୀୟ ଲୋକଙ୍କ କହିଛନ୍ତି ବାଡାନଗର ଜଙ୍କସନ ନିକଟରେ ବାଇକ ଆଗକୁ ଏକ ସାଇକେଲ ଆସିଯାଇଥିଲା। ତାଙ୍କୁ ବଞ୍ଚାଇବା ପାଇଁ ବାଇକ ଡ୍ରାଇଭର ବ୍ରେକ୍ ମାରିବାରୁ ସୁଚନ୍ଦ୍ରା ତଳକୁ ଖସିପଡିଥିଲେ। ପଛରୁ ଆସୁଥିବା ୧୦ ଚକିଆ ତାଙ୍କ ଉପରେ ଚଢିଯିବାରୁ ଘଟଣାସ୍ଥଳରେ ସୁଚନ୍ଦ୍ରାର ମୃତ୍ୟୁ ଘଟିଛି। ପୋଲିସ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button