ଭିଜିଲାନ୍ସ ଜାଲରେ ଗାଇସିଲେଟ ଆଇଆଇସି

ଭୁବନେଶ୍ଵର : ପଦ୍ମପୁର ଗାଇସିଲେଟ ଆଇଆଇସି ବୀରବର ଭଗତ ଭିଜିଲାନ୍ସ ଜାଲରେ ଛନ୍ଦିହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୀରବରଙ୍କ ସମ୍ବଲପୁର ସ୍ଥିତ ବାସଭବନ, ଗାଇସିଲେଟ ସରକାରୀ ଘର ଓ ଗାଇସିଲେଟ ଥାନାରେ ଏକକାଳୀନ ଚଢଉ ଚାଲିଥିବା ଜଣାପଡିଛି।

ଖବର ଅନୁଯାୟୀ ଆଇଆଇସି ବୀରବର ଭଗତ ପଦ୍ମପୁର ଉପଖଣ୍ଡର ବିଭିନ୍ନ ଥାନାରେ କାର୍ଯ୍ୟ କରିଛନ୍ତି। ବିଡେନ ଓ ଜଗଦଲପୁର ଥାନାରେ ଥିବା ସମୟରେ ତାଙ୍କ ନାଁରେ ବହୁବାର ଅଭିଯୋଗ ହୋଇଥିଲା। ମାମଲା ରଫାଦଫା ପାଇଁ ଲାଞ୍ଚ ନେଉଥିବା ଓ ଲୋକଙ୍କୁ ହଇରାଣ କରୁଥିବା ଭିଜିଲାନ୍ସ ପାଖରେ ଖବର ଥିଲା। ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ପକ୍ଷରୁ ତାଙ୍କ ଉପରେ ନଜର ରଖାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button