ଗ୍ୟାଙ୍ଗଷ୍ଟରଙ୍କ ହତ୍ୟା ତାଲିକାରେ ସଲମାନ ନାଁ ପ୍ରଥମ

ନୂଆଦିଲ୍ଲୀ : କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇକୁ ଏନଆଇଏ ଜେରା କରିବା ବେଳେ ଅନେକ କଥା ପଦାକୁ ଆସିଛି। ଯେଉଁମାନେ ହତ୍ୟା ତାଲିକାରେ ରହିଛନ୍ତି ସେମାନଙ୍କ ନାଁ ପ୍ରକାଶ କରିଛି।

ଖବର ଅନୁଯାୟୀ ଲରେନ୍ସ ବିଶ୍ନୋଇ ହତ୍ୟା ତାଲିକାରେ ଅଭିନେତା ସଲମାନ ଖାନଙ୍କ ନାଁ ଆଗରେ ରହିଛି। ୪ରୁ ୫ବର୍ଷ ହେବ ସେ ସଲମାନଙ୍କୁ ମାରିବାକୁ ଚାହୁଁଛି। ସଲମାନ କଡ଼ା ସୁରକ୍ଷାରେ ଥିବାରୁ ସୁଯୋଗ ମିଳିଲେ ହତ୍ୟା କରିବ ବୋଲି କହିଛି । ଲରେନ୍ସର ତାଲିକାରେ ଅନେକ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଓ ହତ୍ୟାର ଶିକାର ହୋଇଥିବା ସିଦ୍ଦୁ ମୁସେୱାଲାଙ୍କ ଜଣେ ସହଯୋଗୀ ରହିଥିବା ଜଣାପଡିଛି। ଏହାଛଡା ଉତରପ୍ରଦେଶର ବହୁ ଚର୍ଚ୍ଚିତ ଅତିକ-ଅସରଫ ହତ୍ୟା ମାମଲରେ ଲରେନ୍ସ ବିଶ୍ନୋଇର ନାଁ ଉଠିଥିବା ବେଳେ ବ୍ୟବହୃତ ପିସ୍ତଲ ଲରେନ୍ସ ଗ୍ୟାଙ୍ଗର ବୋଲି ସୂଚନା ରହିଛି।

Leave a Reply

Your email address will not be published. Required fields are marked *

Back to top button