ନୂଆ ସଂସଦ ଭବନରେ ‘ସେଙ୍ଗୋଲ୍‌’ ସ୍ଥାପନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ନୂଆ ସଂସଦ ଭବନ ଉଦ୍‌ଘାଟନ ଅବସର‌ରେ ଲୋକସଭା ବାଚସ୍ପତିଙ୍କ ଆସନ ପାର୍ଶ୍ଵରେ ‘ସେଙ୍ଗୋଲ୍‌’ (ଅଳଙ୍କୃତ ରାଜ-ଦଣ୍ଡ) ସ୍ଥାପନା କରିବେ ପ୍ରଧାନମନ୍ତ୍ରୀ ମୋଦି। ଆଜି ଏହି ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।

ବୁଧବାର ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦିଙ୍କ ନେତୃତ୍ତ୍ଵାଧୀନ ସରକାରର ୯ମ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅମିତ ଶାହ କହିଛନ୍ତି ମେ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ନୂତନ ସଂସଦ ଭବନ ଉଦ୍‌ଘାଟନ କରିବେ। ରେକର୍ଡ ସମୟ ମଧ୍ୟରେ ନୂଆ ସଂସଦ ଭବନ ନିର୍ମାଣ ‌ସମ୍ପନ୍ନ ହୋଇଛି। ଏହାକୁ ନିର୍ମାଣ କରିଥିବା ୬୦,୦୦୦ ଶ୍ରମଜୀବୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ମାନିତ କରିବେ।

ସେ କହିଲେ ପ୍ରଧାନମନ୍ତ୍ରୀ ଲୋକସଭା ବାଚସ୍ପତିଙ୍କ ଆସନ ପାର୍ଶ୍ଵରେ ‘ସେଙ୍ଗୋଲ୍‌’ (ଅଳଙ୍କୃତ ରାଜ-ଦଣ୍ଡ) ସ୍ଥାପନା କରିବେ। ଏହା ଆମ ଦେଶର ପରମ୍ପରା ଓ ଐତିହ୍ୟ ସହିତ ଜଡ଼ିତ। ଇତିହାସରେ ଏହା ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। କିନ୍ତୁ ଅନେକ ବର୍ଷ ହେବ ଏହା ଆମ ଦୃଷ୍ଟିକୁ ଆସିନାହିଁ। ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ଦିନ ନେହେରୁ ଏହାକୁ ବ୍ରିଟିସ୍‌ମାନଙ୍କଠାରୁ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button