୫୦୦ ବର୍ଷର ପୁରୁଣା ଜାହାଜରୁ ମିଳିଲା ବିପୁଳ ସମ୍ପତ୍ତି

ବେଜିଂ : ଦକ୍ଷିଣ ଚୀନ ସାଗରରୁ ଦୁଇଟି ଜାହାଜର ଅବଶେଷ ମିଳିଛି। ସେଗୁଡ଼ିକ ୫୦୦ ବର୍ଷ ପୁରୁଣା ମିଙ୍ଗ ରାଜବଂଶର ବୋଲି ଅନୁମାନ କରାଯାଉଛି।

ଖବର ଅନୁଯାୟୀ ଦକ୍ଷିଣ ଚୀନ ସାଗରର ଉତ୍ତର-ପଶ୍ଚିମ ଉପକୂଳରେ ସମୁଦ୍ର ପତ୍ତନଠାରୁ ଏକ ମାଇଲ ତଳେ ଦୁଇଟି ଜାହାଜର ଅବଶେଷ ମିଳିଥିଲା। ଚାଇନିଜ୍ ଏକାଡେମୀ ଅଫ୍ ସୋସିଆଲ ସାଇନ୍ସର ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଓଲୋଜି ଜରିଆରେ ଏସବୁ ଜାହାଜ ଉପରେ ଗବେଷଣା ଚାଲିଛି। ଜାହାଜରେ ଥିବା ସାମଗ୍ରୀକୁ ଠାବ କରିବା ପାଇଁ ପ୍ରାୟ ୧ ବର୍ଷ ଲାଗିବ ବୋଲି ଅନୁମାନ କରାଯାଉଛି।

ମିଙ୍ଗ ସାମ୍ରାଜ୍ୟ ସମୟରେ ରେଶମ ମାର୍ଗରେ ଆମଦାନୀ-ରପ୍ତାନି ପାଇଁ ଏହି ଜାହାଜ ବ୍ୟବହାର କରାଯାଉଥିଲା। ଏଥିରେ ସୁନାରୁପା, ହଜାର ହଜାର କାଠ, ଧାତୁ ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି। ଜାହାଜରୁ ମିଳିଥିବା ଅବଶେଷ ମଧ୍ୟରୁ ଗୋଟିଏ ମିଙ୍ଗ ରାଜବଂଶ ସମୟର ଯାହା ୧୪୮୮ରୁ ୧୫୦୫ ପର୍ଯ୍ୟନ୍ତ ରହିଥିଲା। ଏହି ସ୍ଥାନରେ ବିଶେଷଜ୍ଞମାନେ କାଠ ଗଦା ଓ କିଛି ମାଟିପାତ୍ର ଦେଖିବାକୁ ପାଇଛନ୍ତି। ସମସ୍ତ କାଠ ସମାନ ଆକାରର। ଅନ୍ୟଟି ୧୫୦୬ରୁ ୧୫୨୧ ସମୟର ବୋଲି ଅନୁମାନ କରାଯାଉଛି ବୋଲି ପ୍ରତ୍ନତତ୍ତ୍ୱବିତ୍ମାନେ କହିଛନ୍ତି। ଏହି ଜାହାଜର ଏକ ଫଟୋରେ ବାଲି ଓ କାଦୁଅ ତଳେ ସୁନାରୁପା, ମୂଲ୍ୟବାନ ସାମଗ୍ରୀ, ଖାଦ୍ୟ ପାତ୍ର, ଜଟିଳ ଡିଜାଇନ୍ ପାତ୍ର ଓ ଜାର ଆଦି ରହିଛି।

Leave a Reply

Your email address will not be published. Required fields are marked *

Back to top button