Fri. Oct 18th, 2019

ଟୁରିଷ୍ଟ ବସ ଓଲଟି ୫ ଯାତ୍ରୀ ଆହତ

ଭୁବନେଶ୍ଵର : ବାଲେଶ୍ୱର ସୋରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟୁରିଷ୍ଟ ବସ ଏନଏଚ ୧୬ର ମାର୍କୋଣାରେ ଭାରସାମ୍ୟ ହରାଇ ଓଲଟି ପଡିଛି । ଫଳରେ ୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି  ।

ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତ୍ରରେ ଏକ ଟୁରିଷ୍ଟ ବସ ଯାତ୍ରୀଙ୍କୁ ନେଇ ଝାଡଖଣ୍ଡରୁ ପୁରୀ ଆସୁଥିଲା । ବସରେ ପ୍ରାୟ ୫୧ଜଣ ଯାତ୍ରୀ ରହିଥିଲେ । ବସଟି ସୋର ଅଂଚଳ ଦେଇ ଯାଇଥିବା ଏନଏଚ ୧୬ର ମାର୍କୋଣାଠାରେ ଭାରାସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ବସରେ ଥିବା ୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *