୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସର ଆସନ କମିବ : ଅମିତ ଶାହା

ଗୌହାଟୀ : ୨୦୨୪ ଲୋକସଭା ନିର୍ବାଚନ ପରେ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ। କଂଗ୍ରେସ ବର୍ତ୍ତମାନ ସଂଖ୍ୟାଠାରୁ କମ ଆସନ ପାଇବ। ଏପରି ଭବିଷ୍ୟବାଣୀ ଶୁଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ଗୁରୁବାର ଆସାମରେ ଏକ ସାଧାରଣ ସଭାକୁ ସମ୍ବୋଧନ କରି ଶାହ କରିଛନ୍ତି କଂଗ୍ରେସର ନକାରାତ୍ମକ ଆଭିମୁଖ୍ୟ ରହୁଛି। ନୂଆ ସଂସଦ ଭବନର ଉଦଘାଟନକୁ ବହିଷ୍କାର କରି କଂଗ୍ରେସ ରାଜନୀତି କରୁଛି। କିନ୍ତୁ ଆସନ୍ତା ବର୍ଷ ନରେନ୍ଦ୍ର ମୋଦି ପୁଣି ଥରେ ୩୦୦ରୁ ଅଧିକ ଆସନରେ ପ୍ରଧାନମନ୍ତ୍ରୀ ହେବେ। କଂଗ୍ରେସ ବିରୋଧୀ ଦଳର ମାନ୍ୟତା ହରାଇଛି। ଆଗାମୀ ଲୋକସଭାରେ ନିର୍ବାଚନରେ ବର୍ତ୍ତମାନର ଆସନ ସଂଖ୍ୟା ମଧ୍ୟ ସୁରକ୍ଷିତ ରଖିବାରେ ସକ୍ଷମ ହେବ ନାହିଁ।

ସେ କହିଲେ ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନକୁ ଉଦଘାଟନ କରିବେ। କିନ୍ତୁ ରାଷ୍ଟ୍ରପତି ଏହାକୁ ଉଦଘାଟନ କରନ୍ତୁ ବୋଲି କହି କଂଗ୍ରେସ ରାଜନୀତି କରୁଛି। କଂଗ୍ରେସ ସରକାର ଅମଳରେ କେତେକ ରାଜ୍ୟରେ ରାଜ୍ୟପାଳଙ୍କ ପରିବର୍ତ୍ତେ ରାଜ୍ୟର ମୁଖ୍ୟମନ୍ତ୍ରୀ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ପରି କଂଗ୍ରେସ ନେତାମାନେ ନୂତନ ବିଧାନସଭା କୋଠାର ଶିଳାନ୍ୟାସ କରିଥିବା ଉଦାହରଣ ରହିଛି।

Leave a Reply

Your email address will not be published. Required fields are marked *

Back to top button