ତାଇୱାନକୁ ମିଳିଲା ଶକ୍ତିଶାଳୀ ମିଶାଇଲ

ତାଇପେଇ : ତାଇୱାନକୁ ମିଳିଲା ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ( ଫିମ-୯୨ ଷ୍ଟିଙ୍ଗର ମିଶାଇଲ)। ଏହାର ପ୍ରଥମ ୟୁନିଟ ଆମେରିକା ତାଇୱାନକୁ ପଠାଇବା ପରେ ଏବେ ଚୀନର ଚିନ୍ତା ବଢିଛି। ଚୀନ୍ କହିଛି ଏଭଳି କାର୍ଯ୍ୟ ସବୁଠାରୁ ଭୁଲ ଓ ଅତ୍ୟନ୍ତ ବିପଜ୍ଜନକ।

ଅନ୍ୟପକ୍ଷରେ ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି ଆମେରିକା ତାଇୱାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ବନ୍ଦ କରିବା ସହିତ ଉତ୍ତେଜନା ବୃଦ୍ଧି କରିବାକୁ ଚେଷ୍ଟା ନ କରୁ। କେବେଳ ସେତିକି ନୁହେଁ ମାଓ କହିଛନ୍ତି ‘ତାଇୱାନକୁ ଅସ୍ତ୍ର ପଠାଇବା ଆମେରିକା-ଚୀନ୍ ଚୁକ୍ତିନାମାର ସିଧାସଳଖ ଉଲ୍ଲଂଘନ। ଏହା ଚୀନ୍‌ର ସାର୍ବଭୌମତ୍ୱ ତଥା ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ଆମେରିକାର ଏହି କାର୍ଯ୍ୟ ତାଇୱାନ ଅଞ୍ଚଳର ଶାନ୍ତି ଓ ସ୍ଥିରତା ଉପରେ ମଧ୍ୟ ଖରାପ ପ୍ରଭାବ ପକାଇବ।

ସୂଚନାଯୋଗ୍ୟ ତାଇୱାନକୁ ଫିମ-୯୨ ଷ୍ଟିଙ୍ଗର ମିଶାଇଲ ଦେବାକୁ ୨୦୧୯ରେ ଆମେରିକା ଘୋଷଣା କରିଥିଲା। ଏହି କ୍ଷେପଣାସ୍ତ୍ରରେ ହେଲିକପ୍ଟର ଓ ଅନ୍ୟ ବିମାନଗୁଡ଼ିକୁ ନଷ୍ଟ କରିବା ପାଇଁ ବ୍ୟବହୃତ ହୁଏ। ଆମେରିକା ଠାରୁ ୟୁକ୍ରେନ ଷ୍ଟିଙ୍ଗର କ୍ଷେପଣାସ୍ତ୍ର ପାଇବା ପରେ ଋଷ ସେନାର କଡ଼ା ମୁକାବିଲା କରିଛି।

Leave a Reply

Your email address will not be published. Required fields are marked *

Back to top button